ଗ୍ୟାରେଜ ଭିତରେ ପଶିଗଲା ଟ୍ରକ୍‌

ବଣାଇ(ରଞ୍ଜିତ ଚୌଧୁରୀ): ଗ୍ୟାରେଜ ଭିତରେ ପଶିଗଲା ଟ୍ରକ୍‌। ଘଟଣାସ୍ଥଳରେ ଗ୍ୟାରେଜ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ହେଲପର ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।

ରାଉରକେଲାରୁ କୋଇଡା ଅଭିମୁଖେ ଯାଉଥିବା ଏକ ଖାଲି ଟ୍ରକ୍‌ ଲହୁଣୀପଡା ଥାନାର ରାଜମୁଣ୍ଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗ୍ୟାରେଜରେ ପଶି ଯାଇଥିଲା। ଫଳରେ ଗ୍ୟାରେଜ କାମ କରୁଥିବା ମିସ୍ତ୍ରୀ ଡମୁରୁ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ପୁଲିସ ଟ୍ରକ ଡ୍ରାଇଭରକୁ ଅଟକ ରଖିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।