ସାଇକେଲ ଆରୋହୀଙ୍କୁ ପିଟିଲା ଟ୍ରକ୍‌

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର ସରାଙ୍ଗସ୍ଥିତ ବ୍ରାହ୍ମଣୀ ବ୍ରିଜ ଉପରେ ଏକ ଟ୍ରକ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ପରଜଙ୍ଗ ଥାନା ସରାଙ୍ଗ ଗାଁର ମାନଗୋବିନ୍ଦ ବେହେରା । ସୂଚନା ଅନୁଯାୟୀ, ମାନଗୋବିନ୍ଦ ନିଜ ସାଇକେଲରେ କୋଇଲା ଲୋଡ଼ ଧରି ତାଳଚେରରୁ ସରାଙ୍ଗକୁ ଫେରୁଥିଲେ । ବହ୍ଲର ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲା । […]

accident

accident

Niharika Rout
  • Published: Monday, 01 February 2021
  • Updated: 01 February 2021, 10:41 AM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର ସରାଙ୍ଗସ୍ଥିତ ବ୍ରାହ୍ମଣୀ ବ୍ରିଜ ଉପରେ ଏକ ଟ୍ରକ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ପରଜଙ୍ଗ ଥାନା ସରାଙ୍ଗ ଗାଁର ମାନଗୋବିନ୍ଦ ବେହେରା ।

ସୂଚନା ଅନୁଯାୟୀ, ମାନଗୋବିନ୍ଦ ନିଜ ସାଇକେଲରେ କୋଇଲା ଲୋଡ଼ ଧରି ତାଳଚେରରୁ ସରାଙ୍ଗକୁ ଫେରୁଥିଲେ । ବହ୍ଲର ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲା । ଦୁର୍ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ଯୋଗୁ ପ୍ରାୟ କିଛି ସମୟ ଧରି ୧୪୯ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା । ତେବେ ଘଟଣାସ୍ଥଳରେ ସରାଙ୍ଗ ଥାନା ପୁଲିସ୍‌ ଅଧିକାରୀ ସାହୁ ପହଞ୍ଚି ମୃତଦେହ  ଉଦ୍ଧାର କରିଥିଲେ । ଟ୍ରାଫିକକୁ ନିୟନ୍ତ୍ରଣ  ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos