ପାରାଦ୍ୱୀପ ବନ୍ଦରରେ ଚୀନର ୨୦ ଲୁହା ପଥର ଜାହାଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚୀନ୍ ବିରୋଧରେ ରାଜଧାନୀ ଭୁବନେଶ୍ୱରରେ ରଣ ହୁଙ୍କାର। ଭାରତ ରକ୍ଷା ମଞ୍ଚର ଓଡ଼ିଶା ଶାଖାର ସଦସ୍ୟ ଆଜି ଏହି ରଣ ହୁଙ୍କାର ଦେଇଛନ୍ତି। ଗୁଲଓ୍ୱାନ ଉପତ୍ୟକାରେ ଶହୀଦ ହୋଇଥିବା ୨୦ ବୀର ଯବାନଙ୍କ ପାଇଁ ଚୀନକୁ ଦାୟୀ କରିଛି ଏହି ମଞ୍ଚ। ପ୍ଲାକାର୍ଡ ଧରି ଚୀନ୍ ବିରୋଧରେ ନାରାବାଜି କରିଛନ୍ତି ମଞ୍ଚର ସଦସ୍ୟ। ଏମିତିକି ଚୀନ୍ ଜିନିଷକୁ ବୟକଟ କରିବା ପାଇଁ ଆହ୍ୱାନ କରିଛନ୍ତି। ଓଡ଼ିଶା ଶାଖାର ସଭାପତି ଡକ୍ଟର ଅଶୋକ ଆଚାର୍ଯ୍ୟ […]

bharat (1)

bharat (1)

Subhransu Sekhar
  • Published: Saturday, 20 June 2020
  • Updated: 20 June 2020, 06:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚୀନ୍ ବିରୋଧରେ ରାଜଧାନୀ ଭୁବନେଶ୍ୱରରେ ରଣ ହୁଙ୍କାର। ଭାରତ ରକ୍ଷା ମଞ୍ଚର ଓଡ଼ିଶା ଶାଖାର ସଦସ୍ୟ ଆଜି ଏହି ରଣ ହୁଙ୍କାର ଦେଇଛନ୍ତି। ଗୁଲଓ୍ୱାନ ଉପତ୍ୟକାରେ ଶହୀଦ ହୋଇଥିବା ୨୦ ବୀର ଯବାନଙ୍କ ପାଇଁ ଚୀନକୁ ଦାୟୀ କରିଛି ଏହି ମଞ୍ଚ। ପ୍ଲାକାର୍ଡ ଧରି ଚୀନ୍ ବିରୋଧରେ ନାରାବାଜି କରିଛନ୍ତି ମଞ୍ଚର ସଦସ୍ୟ। ଏମିତିକି ଚୀନ୍ ଜିନିଷକୁ ବୟକଟ କରିବା ପାଇଁ ଆହ୍ୱାନ କରିଛନ୍ତି।

ଓଡ଼ିଶା ଶାଖାର ସଭାପତି ଡକ୍ଟର ଅଶୋକ ଆଚାର୍ଯ୍ୟ କହିଛନ୍ତି, ଏବେ ଚୀନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି। ଆମେ ଚୀନକୁ ରପ୍ତାନୀ କରୁଛୁ ଲୁହା ପଥର। ଏବେ ପାରାଦ୍ୱୀପ ବନ୍ଦରରେ ୨୦ ଲୁହା ପଥର ଜାହାଜ ଲାଗିଛି। ମୋଟ୍ ୨୫ଟି ଲାଗିଥିବା ବେଳେ ୨୦ଟି ଜାହାଜ ଏବେ ଲୁହା ପଥର ନେଇ ଚୀନ୍ ଯିବାକୁ ପ୍ରସ୍ତୁତି ହେଉଛି।

ଭାରତ ରକ୍ଷା ମଞ୍ଚର ଜାତୀୟ ସେକ୍ରେଟେରୀ ଅନୀଲ ଧୀର କହିଛନ୍ତି, ଚୀନ୍ ସେନା ନିୟମ ଉଲ୍ଲଂଘନ କରୁଛି। ହେଲେ ଆମ ସରକାର ଦେଶରେ ଚୀନ କମ୍ପାନୀକୁ ପୁଞ୍ଜି ନିବେଶ କରିବା ପାଇଁ ଅନୁମତି ଦେଉଛନ୍ତି। ଆରବିଆଇ ମଧ୍ୟ ବ୍ୟାଙ୍କ ଅଫ୍ ଚାଇନା ଲାଇସେନ୍ସ ବାତିଲ କରିବା ଦରକାର। ଏମିତିକି ଦେଶର ପ୍ରିୟ ରାଷ୍ଟ୍ର ତାଲିକାରୁ ଚୀନକୁ ବାଦ୍ ଦେବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos