- Videos
- Odisha
- ବଣ୍ଡାଘାଟିରେ ପିଡିଏସ୍ ଚାଉଳ ହେରଫେର ଘଟଣା: ଯୋଗାଣ ଅଧିକାରୀ ଓ ପିଇଓ ଗିରଫ
ବଣ୍ଡାଘାଟିରେ ପିଡିଏସ୍ ଚାଉଳ ହେରଫେର ଘଟଣା: ଯୋଗାଣ ଅଧିକାରୀ ଓ ପିଇଓ ଗିରଫ
- Published: Saturday, 25 November 2017
- , Updated: 25 November 2017, 12:41 PM IST
<p>ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ଅଞ୍ଚଳରେ ପିଡିଏସ୍‌ ଚାଉଳ ହେରଫେର ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖଇରପୁଟ ବ୍ଲକ ଯୋଗାଣ ଅଧିକାରୀ କ୍ଷୀରୋଦ ମହାପାତ୍ର ଓ ପିଇଓ ରବି ପୁହାଣ।</p>
<p>ଉଭୟଙ୍କୁ ଗିରଫ କରାଯାଇଥିବା ନେଇ ମାଲକାନଗିରି ଭିଜିଲାନ୍ସ ଡିଏସ୍‌ପିଙ୍କ ପକ୍ଷରୁ ସୂଚନା ମିଳିଛି।</p>
<p>ସୂଚନାଯୋଗ୍ୟ, ବଣ୍ଡାଘାଟିରେ ପିଡ଼ିଏସ୍ ଚାଉଳ ହେରଫେର ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଯୋଗାଣ ବିଭାଗର ଏକ ଟିମ୍ ମୁଦୁଲିପଡ଼ା ପଞ୍ଚାୟତରେ ଚଢ଼ାଉ କରିଥିଲା। ପ୍ରାଥମିକ ତଦନ୍ତରୁ ପିଡ଼ିଏସ୍ ଚାଉଳ ହେରଫେର ହୋଇଥିବା ଜଣାପଡ଼ିଥିଲା। ତଦନ୍ତ ସରିଲା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି କହିଥିଲେ।</p>