ଅଧା ରହିଲା ଜଗା ଦର୍ଶନ! କୋଏଲ୍‌ ନଦୀରେ ବୁଡ଼ିଗଲେ ଦୁଇ ଭାଇ

ରାଉରକେଲା (ପବନ ତିୱାରୀ): ଅଧା ରହିଲା ଜଗା ଦର୍ଶନ! ବାହୁଡ଼ା ଯାତ୍ରା ଦେଖିବା ପୂର୍ବରୁ ପାଣିରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ଭାଇ। ଅନ୍ୟ ଦୁଇ ଭାଇଙ୍କ ପର୍ତ୍ତା ମିଳୁନାହିଁ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦିନ ଏପରି ହୃଦୟବିଦାରକ ଘଟଣା ରାଉରକେଲାରେ ଘଟିଛି। ଝାରଖଣ୍ଡ ରାଞ୍ଚି ସହରର ସମ୍ପର୍କୀୟ ୪ ଭାଇ ରସୀ ସାହୁ(୧୧), କୁନାଲ୍‌ ସାହୁ(୧୩), ରୋନକ ସାହୁ ଓ କୌଶଲ ସାହୁ ବୁଲିବା ପାଇଁ ରାଉରକେଲା ସ୍ଥିତ ଝିରିପାଣିକୁ ଆସିଥିଲେ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା […]

Koel-River

Koel-River

Manoranjan Sial
  • Published: Saturday, 09 July 2022
  • Updated: 09 July 2022, 06:30 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ଅଧା ରହିଲା ଜଗା ଦର୍ଶନ! ବାହୁଡ଼ା ଯାତ୍ରା ଦେଖିବା ପୂର୍ବରୁ ପାଣିରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ଭାଇ। ଅନ୍ୟ ଦୁଇ ଭାଇଙ୍କ ପର୍ତ୍ତା ମିଳୁନାହିଁ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦିନ ଏପରି ହୃଦୟବିଦାରକ ଘଟଣା ରାଉରକେଲାରେ ଘଟିଛି।

ଝାରଖଣ୍ଡ ରାଞ୍ଚି ସହରର ସମ୍ପର୍କୀୟ ୪ ଭାଇ ରସୀ ସାହୁ(୧୧), କୁନାଲ୍‌ ସାହୁ(୧୩), ରୋନକ ସାହୁ ଓ କୌଶଲ ସାହୁ ବୁଲିବା ପାଇଁ ରାଉରକେଲା ସ୍ଥିତ ଝିରିପାଣିକୁ ଆସିଥିଲେ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖିବା ପୂର୍ବରୁ ୪ ଭାଇ କୋଏଲ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ସେମାନେ ଗାଧଉଥିବା ବେଳେ ଝିରିପାଣି ପମ୍ପ ହାଉସ୍‌ ନିକଟରେ ବୁଡ଼ି ଯାଇଥିଲେ।

ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏଥିସହିତ ୪ ଭାଇଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ପରେ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ପାଣି ଭିତରୁ ରସୀ ସାହୁ ଓ କୁନାଲ୍‌ ସାହୁଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଅନ୍ୟ ଦୁଇ ଭାଇଙ୍କ ସମ୍ପର୍କରେ କୌଣସି ପତ୍ତା ମିଳୁନାହିଁ। ଏବେ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos