ଗାଧୋଇବାକୁ ଯାଇ ବୁଡ଼ିଗଲେ ଦୁଇ ସାଙ୍ଗ

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ଦୁଇ ସାଙ୍ଗ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ। ଅଗ୍ନିଶକମ କର୍ମଚାରୀମାନେ ସେମାନଙ୍କ ମୃତଦେହ ଉଦ୍ଧାର କରିଛି। ଆଜି ସକାଳେ ଏପରି ଅଘଟଣ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅଞ୍ଚଳରେ ଘଟିଛି। ମଲ୍ଲିକମୁଣ୍ଡା ଗାଁର ଉଗ୍ରସେନ୍‌ ମହାନନ୍ଦଙ୍କ ଝିଅ ପିଙ୍କି(୬) ଓ ନୃରୁପ ଲୁହାଙ୍କ ଝିଅ ରାକ୍ଷୀ(୭) ଦୁଇ ସାଙ୍ଗ। ଆଜି ସକାଳେ ଘରେ କେହି ନଥିବା ବେଳେ ଦୁଇ ସାଙ୍ଗ ପାଖ କୁଟୁକିମୁଣ୍ଡା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ଘରକୁ ଫେରିଥିଲେ। ସେମାନଙ୍କ ପରିବାର […]

two-child-drowned-in-subarnpur

Manoranjan Sial
  • Published: Thursday, 12 December 2019
  • , Updated: 12 December 2019, 05:21 PM IST

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ଦୁଇ ସାଙ୍ଗ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ। ଅଗ୍ନିଶକମ କର୍ମଚାରୀମାନେ ସେମାନଙ୍କ ମୃତଦେହ ଉଦ୍ଧାର କରିଛି। ଆଜି ସକାଳେ ଏପରି ଅଘଟଣ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅଞ୍ଚଳରେ ଘଟିଛି।

ମଲ୍ଲିକମୁଣ୍ଡା ଗାଁର ଉଗ୍ରସେନ୍‌ ମହାନନ୍ଦଙ୍କ ଝିଅ ପିଙ୍କି(୬) ଓ ନୃରୁପ ଲୁହାଙ୍କ ଝିଅ ରାକ୍ଷୀ(୭) ଦୁଇ ସାଙ୍ଗ। ଆଜି ସକାଳେ ଘରେ କେହି ନଥିବା ବେଳେ ଦୁଇ ସାଙ୍ଗ ପାଖ କୁଟୁକିମୁଣ୍ଡା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ଘରକୁ ଫେରିଥିଲେ। ସେମାନଙ୍କ ପରିବାର ଲୋକେ ମଧ୍ୟାହ୍ନରେ ଘରକୁ ଫେରି ପିଲାଙ୍କୁ ଖୋଜି ଥିଲେ। କିନ୍ତୁ ପାଇନଥିଲେ। ପରେ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବା ସନ୍ଦେହ କରି ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ପାଣି ଭିତରୁ ଦୁଇ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଥିଲେ। ସେମାନେ ଗାଧୋଇବା ବେଳେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି।

Related story