ଲାଞ୍ଚ ନେଉଥିଲେ, ଧରିନେଲା ଭିଜିଲାନ୍ସ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଦୁଇ କିରାଣି। ଲାଞ୍ଚ ନେଉଥିବା ବେଳେ କିରାଣୀ ସତ୍ୟବ୍ରତ ବେହେରା ଓ ସୁଚିସ୍ମିତା ସିଂଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ସୂଚନା ଅନୁସାରେ, ଠିକା ଶ୍ରମିକଙ୍କ ଲାଇସେନ୍ସ ସାର୍ଟିଫିକେଟ କରାଇ ଦେବା ପାଇଁ ରାକେଶ ମହଲ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ସେମାନେ ୩ ହଜାର ଟଙ୍କା ଲାଞ୍ଚ ନେଉ ଥିବାବେଳେ ଉଭୟଙ୍କୁ ଭିଜିଲାନ୍ସ ଧରିଥିଲା। ସାର୍ଟିଫିକେଟ କରାଇ ଦେବା ପାଇଁ ଲେବର୍‌ ଅଫିସର କର୍ମଚାରୀ […]

bls

Niharika Rout
  • Published: Wednesday, 22 January 2020
  • , Updated: 22 January 2020, 03:03 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଦୁଇ କିରାଣି। ଲାଞ୍ଚ ନେଉଥିବା ବେଳେ କିରାଣୀ ସତ୍ୟବ୍ରତ ବେହେରା ଓ ସୁଚିସ୍ମିତା ସିଂଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି।

ସୂଚନା ଅନୁସାରେ, ଠିକା ଶ୍ରମିକଙ୍କ ଲାଇସେନ୍ସ ସାର୍ଟିଫିକେଟ କରାଇ ଦେବା ପାଇଁ ରାକେଶ ମହଲ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ସେମାନେ ୩ ହଜାର ଟଙ୍କା ଲାଞ୍ଚ ନେଉ ଥିବାବେଳେ ଉଭୟଙ୍କୁ ଭିଜିଲାନ୍ସ ଧରିଥିଲା।

ସାର୍ଟିଫିକେଟ କରାଇ ଦେବା ପାଇଁ ଲେବର୍‌ ଅଫିସର କର୍ମଚାରୀ ଲାଞ୍ଚ ମାଗିଥିବା ନେଇ ଭିଜିଲାନ୍ସରେ ପୂର୍ବରୁ ଅଭିଯୋଗ କରିଥିଲେ ରାକେଶ। ତେବେ ଆଜି ରାକେଶଙ୍କ ନିକଟରୁ ଲାଞ୍ଚ ନେଉଥିବାବେଳେ  ଯୋଜନା ମୁତାବକ ଭିଜିଲାନ୍ସ ଉଭୟଙ୍କୁ ଗିରଫ କରିଥିଲା।

Related story