ରେଙ୍ଗାଳି କେନାଲ୍‌ରୁ ଦୁଇଟି ମୃତଦେହ ଉଦ୍ଧାର

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅର୍ନ୍ତଗତ ପଦ୍ମନାଭପୁର ନିକଟରେ ରେଙ୍ଗାଳି ଡ୍ୟାମ୍‌ର ବାମ କେନାଲରୁ ଆଜି ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଖବର ଲେଖାଯିବା ମୃତ ଯୁବକମାନଙ୍କ ପରିଚୟ ମିଳିପାରି ନାହିଁ। କେନାଲ୍‌ ବନ୍ଧ ଉପରେ ଏକ ବାଇକ୍‌ର ଭଗ୍ନାଂଶ ଦେଖିବା ପରେ ସ୍ଥାନୀୟ ଲୋକେ ସନ୍ଦେହରେ କେନାଲ୍‌ ଭିତରେ ନଜର ବୁଲାଇଥିଲେ ଓ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଓ ଅଗ୍ନିଶମ ବାହିନୀର […]

dead12

Jitendra Garnayak
  • Published: Thursday, 17 January 2019
  • , Updated: 17 January 2019, 10:30 AM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅର୍ନ୍ତଗତ ପଦ୍ମନାଭପୁର ନିକଟରେ ରେଙ୍ଗାଳି ଡ୍ୟାମ୍‌ର ବାମ କେନାଲରୁ ଆଜି ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଖବର ଲେଖାଯିବା ମୃତ ଯୁବକମାନଙ୍କ ପରିଚୟ ମିଳିପାରି ନାହିଁ।

କେନାଲ୍‌ ବନ୍ଧ ଉପରେ ଏକ ବାଇକ୍‌ର ଭଗ୍ନାଂଶ ଦେଖିବା ପରେ ସ୍ଥାନୀୟ ଲୋକେ ସନ୍ଦେହରେ କେନାଲ୍‌ ଭିତରେ ନଜର ବୁଲାଇଥିଲେ ଓ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍ ଓ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରିଥିଲେ।

ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ କେନାଲ୍ ଭିତରେ ପଡ଼ିଯିବାରୁ ଏ ଘଟଣା ଘଟିଛି ନା ଆଉ କିଛି ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story