ସମଲେଶ୍ୱରୀ ଏକ୍ସପ୍ରେସ୍‌ରେ ନିଆଁ:୨ ଜଳିଗଲେ ! ୨ ଷ୍ଟେସନ ମାଷ୍ଟର ନିଲମ୍ବିତ

ରାୟଗଡ଼ା(ଓଡ଼ିଶା ରିପୋର୍ଟର):ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀ ଜାନୀ ଭାନୁପ୍ରତାପଙ୍କ କହିବା ଅନୁଯାୟୀ, ମୃତକ ୨ ଜଣକ ହେଲେ ମେଣ୍ଟେନାନ୍ସ ଇଂଜିନ୍‌ କର୍ମଚାରୀ। ତେବେ ଜଣକର ମୃତ ଉଦ୍ଧାର କରାଯାଇଥିବା ସରକାରୀ ଭାବେ ସ୍ପଷ୍ଟ କରାଯାଇଛି। ମେଣ୍ଟେନାନ୍ସ ଇଂଜିନ ଭିତରେ ରହି ୨ ଜଣ ଜଳି ଯାଇଥିବା ସୂଚନା ମିଳିଛି। ଧକ୍କା ପୂର୍ବରୁ ଡେଇଁ ମେଣ୍ଟେନାନ୍ସ ଇଂଜିନ ଡ୍ରାଇଭର ଗୁରୁତର  ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ କର୍ମଚାରୀଙ୍କୁ ଗୁରୁତର ଭାବେ […]

samaleswari

samaleswari

Tapas Behera
  • Published: Tuesday, 25 June 2019
  • Updated: 25 June 2019, 06:44 PM IST

Sports

Latest News

ରାୟଗଡ଼ା(ଓଡ଼ିଶା ରିପୋର୍ଟର):ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀ ଜାନୀ ଭାନୁପ୍ରତାପଙ୍କ କହିବା ଅନୁଯାୟୀ, ମୃତକ ୨ ଜଣକ ହେଲେ ମେଣ୍ଟେନାନ୍ସ ଇଂଜିନ୍‌ କର୍ମଚାରୀ। ତେବେ ଜଣକର ମୃତ ଉଦ୍ଧାର କରାଯାଇଥିବା ସରକାରୀ ଭାବେ ସ୍ପଷ୍ଟ କରାଯାଇଛି। ମେଣ୍ଟେନାନ୍ସ ଇଂଜିନ ଭିତରେ ରହି ୨ ଜଣ ଜଳି ଯାଇଥିବା ସୂଚନା ମିଳିଛି।

ଧକ୍କା ପୂର୍ବରୁ ଡେଇଁ ମେଣ୍ଟେନାନ୍ସ ଇଂଜିନ ଡ୍ରାଇଭର ଗୁରୁତର  ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ କର୍ମଚାରୀଙ୍କୁ ଗୁରୁତର ଭାବେ ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର କର୍ମଚାରୀଙ୍କ ଶରୀରର ୮୦% ପୋଡ଼ି ଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେକର୍ତ୍ତବ୍ୟରେ ଅବହେଳା ପାଇଁ ୨ ଷ୍ଟେସନ ମାଷ୍ଟରଙ୍କୁ ସସ୍ପେଣ୍ଡ କରାଯାଇଛି। କେଉଟଗୁଡ଼ା ଏବଂ ସିଙ୍ଗାପୁର ରୋଡ଼ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରଯାଇଛି। ଉଭୟଙ୍କୁ ନିଲମ୍ବିତ କରାଯାଇଥିବା ରେଲେଓ୍ବ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ ଆଜି ରାୟଗଡ଼ା ନିକଟ ଗାଦବାଗୁଡ଼ା ଠାରେ ଏକ ବିଦ୍ୟୁତ୍‌ ମେଣ୍ଟନାନ୍ସ ଇଂଜିନ ସମଲେଶ୍ୱରୀ ଏକ୍ସପ୍ରେସ୍‌କୁ ଧକ୍କା ଦେବାରୁ ଏହି  ଦୁର୍ଟଟଣା ଘଟିଛି। ଏହା ପରେ ଟ୍ରେନ୍‌ ଇଂଜିନରେ ନିଆଁ ଲାଗି ଯାଇଥିଲା। ଟ୍ରାକ୍ ଲାଇନ ମରାମତି କରୁଥିବା ଏକ ମେଣ୍ଟେନାନ୍ସ ଇଞ୍ଜିନ୍‌ ସମଲେଶ୍ୱରୀ ଧକ୍କା ଦେଇଥିବା ଜଣାଡ଼ିଛି।

ଧକ୍କାରେ ଇଂଜିନ ସହ ୨ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାଡ଼ିଛି। ଲଗେଜ୍ ଭ୍ୟାନ୍ ଓ ଗୋଟିଏ ଜେନେରାଲ କୋଚ୍ ଲାଇନଚ୍ୟୁତ୍ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ରେଲୱେର ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।  ଟ୍ରେନ ଦୁର୍ଘଟଣା ନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅପରାହ୍ନ ସାଢେ ୪ଟା ବେଳେ ଏହି  ଦୁର୍ଘଟଣା ଘଟିଛି।ଦୁର୍ଘଟଣା ପରେ ନିଆଁ ଲାଗିଥିବା ଇଂଜିନ ଟ୍ରେନରୁ ଅଲଗା କରାଯାଇଛି।ବିଶାଖାପାଟଣାରୁ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳକୁ ଯାଉଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos