ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଲୋଇସିଂହା ପଞ୍ଚାୟତର ଭୋଇମୁଣ୍ଡା ଠାରେ ଏକ ବାଇକ୍‌ ଓ ଟାଟା ମ୍ୟାଜିକ୍‌ ମଧ୍ୟରେ ଧକ୍କା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଲଖନପୁର ବ୍ଲକର ଦଲଗାଁର ବିରଞ୍ଚି ଭଟେଇଙ୍କ ପତ୍ନୀ ତରୁଲତା ଓ ତାଙ୍କ ପୁଅ ଅଂଶୁମାନ। ଦୁର୍ଘଟଣାରେ ବିରଞ୍ଚି ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୁଚନାଯୋଗ୍ୟ, ବିରଞ୍ଚି ଏକ ବାଇକ୍‌ରେ ପତ୍ନୀ […]

accident

Rakesh Mallick
  • Published: Saturday, 24 March 2018
  • , Updated: 24 March 2018, 10:48 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଲୋଇସିଂହା ପଞ୍ଚାୟତର ଭୋଇମୁଣ୍ଡା ଠାରେ ଏକ ବାଇକ୍‌ ଓ ଟାଟା ମ୍ୟାଜିକ୍‌ ମଧ୍ୟରେ ଧକ୍କା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଲଖନପୁର ବ୍ଲକର ଦଲଗାଁର ବିରଞ୍ଚି ଭଟେଇଙ୍କ ପତ୍ନୀ ତରୁଲତା ଓ ତାଙ୍କ ପୁଅ ଅଂଶୁମାନ। ଦୁର୍ଘଟଣାରେ ବିରଞ୍ଚି ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୁଚନାଯୋଗ୍ୟ, ବିରଞ୍ଚି ଏକ ବାଇକ୍‌ରେ ପତ୍ନୀ ଓ ପୁଅ, ଝିଅଙ୍କୁ ନେଇ ଯାଉଥିବା ବେଳେ ଭୋଇମୁଣ୍ଡା ପାଖରେ ଏକ ଟାଟା ମ୍ୟାଜିକ୍‌ ଆସି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ। ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ଉଦ୍ଧାର କରାଯାଇ ମଣ୍ଡଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତରୁଲତା ଏବଂ ଏବଂ ଅଂଶୁମାନଙ୍କୁ ମୃତ ଘୋଷଣା କରିଥିଲେ। ପରେ ଗୁରୁତର ଅବସ୍ଥାରେ ବିରଞ୍ଚି ଓ ତାଙ୍କ ଝିଅକୁ ବୁର୍ଲାକୁ ସ୍ଥାନାନ୍ତରଣ କରିରାଯାଇଛି।

Related story