ଭଦ୍ରକ (ପାର୍ଥସାରଥୀ ନାୟକ): ଘରକୁ ଫେରିବା ବେଳେ ପିଟିଦେଲା ଟ୍ରକ୍। ଫଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜୟ ରାଜପଥରେ ଘଟିଛି।
ଭଦ୍ରକ ଗ୍ରାମାଞ୍ଚଳ ଥାନା ବଣିଆ ଅଞ୍ଚଳର କାଳନ୍ଦୀ ଓଝା, ସଞ୍ଜୟ ପଣ୍ଡା ଓ ଶିବାନନ୍ଦ ବେହେରା ଏକ ବାଇକ୍ରେ ଘରକୁ ଫେରିଥିଲେ। ତେବେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଛକ ବାସୁଳି ଢ଼ାବା ନିକଟରେ ଏକ ଟ୍ରକ୍ ସେମାନଙ୍କ ବାଇକ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଫଳରେ ତିନି ଜଣ ଯାକ ଛିଟିକି ହୋଇ ପଡ଼ିଥିଲେ। ଦୁର୍ଘଟଣା ସ୍ଥଳରେ କାଳନ୍ଦୀ ଓଝା ଓ ସଞ୍ଜୟ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ତେବେ ଶିବାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ନବଦାସ ହତ୍ୟା ମାମଲାର ପୁନଃତଦନ୍ତ ହେବ, ଇସାରା ଦେଲେ ଆଇନ ମନ୍ତ୍ରୀ
ନବ ଦାସଙ୍କ ହତ୍ୟାର ତଦନ୍ତ ସିବିଆଇ ଦ୍ୱାରା କରିବା ପାଇଁ ତାଙ୍କ ଝିଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଗଣମାଧ୍ୟମକୁ ଦେଇଥିବା ବୟାନ ଏବେ ବିଜେଡି ନିମନ୍ତେ ଚିନ୍ତାର ବିଷୟ ପାଲଟିଛି ।
Politics
ବିଧାନସଭାରେ ବିଶୃଙ୍ଖଳା ବରଦାସ୍ତ କରାଯିବନି: ବାଚସ୍ପତି, ବିଜେଡି କହିଲା ନାଲି ଆଖି ଚଳିବନି
ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତାମାସ ୧୩ତାରିଖରୁ ଆରମ୍ଭ ହେଉଥିବାବେଳେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ଯେ, ଚଳିତ ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ।
Special
ଦାଦନ ଖଟିବାକୁ ଯାଉଛନ୍ତି, ଶବ ହୋଇ ଫେରୁଛନ୍ତି
କେବଳ ଚଳିତ ମାସରେ ବଲାଙ୍ଗିର ଜିଲ୍ଲାରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ୪ ଜଣ ଯୁବକଙ୍କର ମୃତ୍ୟୁ ହୋଇସାରିଲାଣି।
Business
ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେବେ ୧୨ ରାଷ୍ଟ୍ରର ପୁଞ୍ଜିପତିଙ୍କ ସମେତ ୫ହଜାର ଶିଳ୍ପ ପ୍ରତିନିଧି
୨୭ତାରିଖରେ ପ୍ରାକ୍ ଉତ୍କର୍ଷ ଓଡ଼ିଶା କନକ୍ଲେଭର ଅଂଶସ୍ୱରୂପ ସିଆଇଆଇ ନ୍ୟାସନାଲ କାଉନସିଲର ୫ଟି ଅଧିବେଶନ ଆୟୋଜିତ ହେବ । ଯେଉଁଥିରେ ସିଆଇଆଇ ନ୍ୟାସନାଲ କାଉନସିଲର ୨୦୦ ସଦସ୍ୟ ଯୋଗ ଦେବେ । ୨୮ତାରିଖ ପୂର୍ବାହ୍ନରେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
Special
ନିଷ୍ପତ୍ତି ନେଇଥିଲେ ଯିଏ, ବାତିଲ କଲେ ସିଏ : ୩,୨୭୨ କୋଟି ଟଙ୍କାର ୫ଟି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡର ରଦ୍ଦ
ଦୀର୍ଘବର୍ଷ ଧରି ଯେଉଁ ପିଟିସନକୁ ବିଭାଗ ଗୁରୁତ୍ୱ ନଦେଇ ଡଷ୍ଟବିନକୁ ଫିଙ୍ଗି ଦେଉଥିଲା, ଏବେ ସେହି ପିଟିସନକୁ ଆଳ କରି ୩୨୭୨.୧୮ କୋଟି ଟଙ୍କାର ୫ଟି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡରକୁ ବାତିଲ କରିଛି। ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ରାଜ୍ୟ ବାହାରର ଠିକାଦାରୀ ସଂସ୍ଥାକୁ ନବୀନ ସରକାର ବାଂଟିଥିବା ଏହି ଟେଣ୍ଡରଗୁଡ଼ିକୁ ମୋହନ ସରକାର ବାତିଲ କରିଦେଇଛନ୍ତି।