ଜଗତସିଂହପୁର(ଶଶାଙ୍କ ପଣ୍ଡା): ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ନାରଦିଆ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଏରସମା ଥାନା ମଠସାହି ଗାଁର ପୁଷ୍ପକ କାଣ୍ଡି ଓ ନକୁଳ କାଣ୍ଡି। ଉଭୟ ଏକ ବାଇକରେ ବାଲିକୁଦାରୁ ଘରକୁ ଫେରୁଥିବା ବେଳେ ନାରଦିଆ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନରେ ପିଟି ହୋଇ ଯାଇଥିଲେ।
ଖବର ପାଇ ବାଲିକୁଦା ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଲିକୁଦା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବାଲିକୁଦା ପୁଲିସ ଦୁର୍ଘଟଣା ଘଟାଇଥିବା ଭ୍ୟାନକୁ ଜବତ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ନୂଆବର୍ଷ ପୂର୍ବରୁ ପି.ଏମ୍ ଆବାସର ନୂଆ ସର୍ଭେ: ସର୍ତ୍ତାବଳୀ କୋହଳ, ସବୁ ଯୋଗ୍ୟ ପରିବାରକୁ ମିଳିବ ଘର
ପ୍ରତ୍ୟେକ ଗାଁରେ ସର୍ଭେ କରିବେ ନିର୍ଦ୍ଦିଷ୍ଟ ବ୍ଲକ କର୍ମଚାରୀ। ଗ୍ରାମସଭା ଡାକି ସମସ୍ତ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଅନୁମୋଦନ କରାଯିବ।
Miscellaneous
ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର ଲୋକାର୍ପିତ
ଚାଷୀଙ୍କ ସ୍ୱାର୍ଥ ସାଧନ ଓ ସେମାନଙ୍କୁ ସର୍ବାଧିକ ଲାଭ ଦେବା ଲକ୍ଷ୍ୟ ନେଇ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଧାନ ବିକ୍ରୟ ପ୍ରକ୍ରିୟାରେ କୌଣସି ସମସ୍ୟା ଥିଲେ ଚାଷୀମାନେ ତୁରନ୍ତ ସେମାନଙ୍କ ଅଭିଯୋଗ ଏହି କେନ୍ଦ୍ର ମାଧ୍ୟମରେ କରିପାରିବେ।
Crime
ବାଙ୍କୀ ପୁଲିସ୍ର ଅଜବ ସର୍ତ୍ତ: ଅଭିଯୁକ୍ତକୁ ଧରିବା ପାଇଁ ବୋଲେରୋ ଓ ଟଙ୍କା ଦିଅ!
ଭଲ ପାଇବା ଜୀବନର ଗୋଟିଏ ବଡ଼ ଭୁଲ ଥିଲା ବୋଲି ଭାବି ନେଇଥିଲେ ଲିମା। ଆଉ ନୂଆକରି ଜୀବନ ଗଢ଼ିବା ପାଇଁ ରାଜଧାନୀର କଂକ୍ରିଟ୍ ସହରରେ ଲାଗି ପଡ଼ିଥିଲେ।
Crime
ଦୁର୍ଦ୍ଦାନ୍ତ ନକ୍ସଲ ବିଜା ମାଡ଼ଭିର ଆତ୍ମସମର୍ପଣ
ବିଜା ମାଡ଼ଭି ୬ ବର୍ଷ ଧରି ନକ୍ସଲ ସଂଗଠନରେ ସାମିଲ ଥିଲେ। ୨୦୨୦ ମସିହାରୁ ସେ KKBN ଡିଭିଜନରେ କାମ କରୁଥିଲେ।
Crime
ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ! ଘେରିଲେ ଗାଁ ଲୋକ
ପ୍ରଧାନଶିକ୍ଷକଙ୍କୁ ଠେଲାପେଲା କରିବା ସହିତ ବିଦ୍ୟାଳୟର ଏକ କୋଠରୀରେ ଭର୍ତ୍ତି କରି ତାଲା ପକାଇଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ABEO ସ୍କୁଲରେ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିଲେ