ଦୋକାନରେ ବସି ଚା’ ପିଉଥିବା ବେଳେ ଚାଲିଗଲା ଜୀବନ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଦୋକାନରେ ବସି ଚା’ ପିଉଥିବା ବେଳେ ଚଡ଼କ ମାରିଲା। ଫଳରେ ଚାଲିଗଲା ୨ ଜଣଙ୍କ ଜୀବନ। ଆଜି ଏମିତି ଅଘଟଣ ଗଞ୍ଜାମ ଜିଲ୍ଲାରେ ଘଟିଛି। ସୂଚନା ମୁତାବକ ଡେଙ୍ଗାବାଡ଼ି ଗାଁରେ ଏକ ଦୋକାନ ପିଣ୍ଡାରେ ବସି ମତାଧାରୀ ଗ୍ରାମର ସନ୍ତୋଷ ଗୌଡ଼ (୩୨), ତାକରଡ଼ାର ନୀଲାଞ୍ଚଳ ଆଲଟିଆ (୨୬) ଓ ବଳରାମ ଗୌଡ଼(୩୦) ଚା’ ପିଉଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ସମସ୍ତେ ସଜ୍ଞା ହରାଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ […]

Lightning

Lightning

Manoranjan Sial
  • Published: Monday, 01 June 2020
  • Updated: 01 June 2020, 05:03 PM IST

Sports

Latest News

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଦୋକାନରେ ବସି ଚା’ ପିଉଥିବା ବେଳେ ଚଡ଼କ ମାରିଲା। ଫଳରେ ଚାଲିଗଲା ୨ ଜଣଙ୍କ ଜୀବନ। ଆଜି ଏମିତି ଅଘଟଣ ଗଞ୍ଜାମ ଜିଲ୍ଲାରେ ଘଟିଛି।

ସୂଚନା ମୁତାବକ ଡେଙ୍ଗାବାଡ଼ି ଗାଁରେ ଏକ ଦୋକାନ ପିଣ୍ଡାରେ ବସି ମତାଧାରୀ ଗ୍ରାମର ସନ୍ତୋଷ ଗୌଡ଼ (୩୨), ତାକରଡ଼ାର ନୀଲାଞ୍ଚଳ ଆଲଟିଆ (୨୬) ଓ ବଳରାମ ଗୌଡ଼(୩୦) ଚା’ ପିଉଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ସମସ୍ତେ ସଜ୍ଞା ହରାଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁଗୁଡ଼ା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର, ସନ୍ତୋଷ ଓ ନିଲାଞ୍ଚଳଙ୍କୁ ମୃତ ଘୋଷଣା କରିଥିଲା ବେଳେ ବଳରାମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos