ଆର୍ମି ପରୀକ୍ଷା ଦେବାକୁ ଆସି ସମୁଦ୍ରରେ ଭାସିଗଲେ ଦୁଇ ଯୁବକ

ପୁରୀ (ଓଡ଼ିଶା ରିପୋର୍ଟର): ସେନାରେ ଭର୍ତ୍ତି ପାଇଁ ପରୀକ୍ଷା ଦେବାକୁ ଆସି ସମୁଦ୍ରରେ ଭାସିଗଲେ ଦୁଇ ପରୀକ୍ଷାର୍ଥୀ। ଆଜି ଏପରି ଅଭାବନୀୟ ଦୃଶ୍ୟରେ ଶ୍ରୀକ୍ଷେତ୍ରର ଦିଗବାରେଣି ଖୁଣ୍ଟି ନିକଟରେ ଘଟିଛି। ପରୀକ୍ଷାର୍ଥୀମାନେ ସମୁଦ୍ରରେ ଗାଧୋଇବା ବେଳେ ଏପରି ଅଘଟଣା ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିପାରି ନାହିଁ। ଟେରିଟୋରିଆଲ୍‌ ଆର୍ମିର ଭୁବନେଶ୍ୱରରେ ଥିବା 120 ଇନ୍‌ଫ୍ରାନଣ୍ଟ୍ରି ବାଟାଲିୟନ୍‌ରେ ଭର୍ତ୍ତି ପାଇଁ ପରୀକ୍ଷା ଚାଲିଛି। ସେଥିପାଇଁ ରାଜଧାନୀକୁ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ପରୀକ୍ଷାର୍ଥୀ ଆସୁଛନ୍ତି। […]

two-death-in-puri

two-death-in-puri

Manoranjan Sial
  • Published: Tuesday, 15 October 2019
  • Updated: 15 October 2019, 05:14 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ସେନାରେ ଭର୍ତ୍ତି ପାଇଁ ପରୀକ୍ଷା ଦେବାକୁ ଆସି ସମୁଦ୍ରରେ ଭାସିଗଲେ ଦୁଇ ପରୀକ୍ଷାର୍ଥୀ। ଆଜି ଏପରି ଅଭାବନୀୟ ଦୃଶ୍ୟରେ ଶ୍ରୀକ୍ଷେତ୍ରର ଦିଗବାରେଣି ଖୁଣ୍ଟି ନିକଟରେ ଘଟିଛି। ପରୀକ୍ଷାର୍ଥୀମାନେ ସମୁଦ୍ରରେ ଗାଧୋଇବା ବେଳେ ଏପରି ଅଘଟଣା ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିପାରି ନାହିଁ।

ଟେରିଟୋରିଆଲ୍‌ ଆର୍ମିର ଭୁବନେଶ୍ୱରରେ ଥିବା 120 ଇନ୍‌ଫ୍ରାନଣ୍ଟ୍ରି ବାଟାଲିୟନ୍‌ରେ ଭର୍ତ୍ତି ପାଇଁ ପରୀକ୍ଷା ଚାଲିଛି। ସେଥିପାଇଁ ରାଜଧାନୀକୁ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ପରୀକ୍ଷାର୍ଥୀ ଆସୁଛନ୍ତି। ଆର୍ମି ପରୀକ୍ଷା ପରେ ଉତ୍ତରପ୍ରଦେଶର କେତେକ ପରୀକ୍ଷାର୍ଥୀ ଶ୍ରୀକ୍ଷେତ୍ର ବୁଲିବା ପାଇଁ ଯାଇଥିଲେ। ସେମାନେ ଦିଗବାରେଣି ଖୁଣ୍ଟି ନିକଟରେ ଗାଧୋଉ ଥିଲେ। ଠିକ୍‌ ଏତିକି ବେଳେ ଏକ ବଡ଼ ଲହଡି ଆସିଥିଲା। ଆଉ ଫେରିବା ବେଳେ ଖେରାଗଡ଼ର ଅନୀଲ ସେଖରୱାଲ୍‌ ଓ ଆଗ୍ରାର ବିଜୟ ପାଲ୍‌ଙ୍କୁ ଭସାଇ ନେଇ ଯାଇଥିଲା। ସାଥୀମାନଙ୍କ ଆଗରେ ଦୁଇ ଜଣଙ୍କୁ ଢେଉ ନେଇ ଯାଉଥିବା ବେଳେ ଏମାନେ ନିରୂପାୟ ହୋଇଥିଲେ।

ପରେ ପରୀକ୍ଷାର୍ଥୀମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଲାଇଫ୍‌ ଗାର୍ଡ ଓ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନି। ଏବେବି ସମୁଦ୍ରରେ ଖୋଜାଖୋଜି ଜାରି ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos