ରାସ୍ତାରେ ଚାଲି ଗଲା ଦୁଇ ଯୁବକଙ୍କ ଜୀବନ

ସାଲେପୁର (ମନୋଜ କୁମାର ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁର ଥାନା କୁଳିଆ ଛକରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି। ସାଲେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ବାହାବଳପୁର ଗାଁର ସେକ୍‌ ରେହେମାନ ଓ ରଜତ ଖାଁ ବାଇକ୍‌ରେ ଯାଉଥିବା ବେଳେ କୁଳିଆ ଛକରେ ଏକ ସାଇକେଲ୍‌ ସହିତ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଚାଳକ ସେକ୍‌, ରଜନ ଓ ସାଇକେଲ୍‌ ଆରୋହୀ ବରଦା ଗାଁର ବିଜୟ କୁମାର ରାଉତ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ସାଲେପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେକ୍‌ ରେହେମାନ ଓ ବିଜୟ କୁମାର ରାଉତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ରଜତ ଖାଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।