ଟ୍ରେଲରକୁ ପଛପଟୁ ଧକ୍କା ଦେଲା କଣ୍ଟେନର; ଦୁଇ ମୃତ

ଚୌଦ୍ୱାର (ପ୍ରକାଶ ନାୟକ): କଟକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବଇଁଚୁଆ ନିକଟରେ ଆଜି ସକାଳେ ଏକ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି। କଣ୍ଟେନରଟି ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଛନ୍ତି କଣ୍ଟେନର ଡ୍ରାଇଭର ଓ ହେଲ୍‌ପର। ପୁଲିସ୍‌ ଓ ଦମକାଳବାହିନୀ ପହଞ୍ଚି କଟର ସାହାଯ୍ୟରେ ଦୁଇ ଜଣଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ବାଇଁଚୁଆ ନିକଟରେ ୧୬ […]

accident

Jitendra Garnayak
  • Published: Tuesday, 08 January 2019
  • , Updated: 08 January 2019, 10:12 AM IST

ଚୌଦ୍ୱାର (ପ୍ରକାଶ ନାୟକ): କଟକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବଇଁଚୁଆ ନିକଟରେ ଆଜି ସକାଳେ ଏକ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି। କଣ୍ଟେନରଟି ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଇଥିଲା।

ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଛନ୍ତି କଣ୍ଟେନର ଡ୍ରାଇଭର ଓ ହେଲ୍‌ପର।

ପୁଲିସ୍‌ ଓ ଦମକାଳବାହିନୀ ପହଞ୍ଚି କଟର ସାହାଯ୍ୟରେ ଦୁଇ ଜଣଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି।

ବାଇଁଚୁଆ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଲୁହା ବୋଝେଇ ଟ୍ରେଲରଟି ଛିଡ଼ା ହୋଇଥିଲା। ଦ୍ରୁତ ଗତିରେ ଆସୁଥିବା କଣ୍ଟେନର ଭାରସାମ୍ୟ ହରାଇ ତା’ ପଛରେ ପିଟି ଦେଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

Related story