ବାର୍ଥଡେ’ ପାର୍ଟି ପରେ ଉଠିଥିଲା ଡାର୍ଟି ପିକ୍‌ଚର, ଟଙ୍କା ନେବାକୁ ଆସି ଫସିଗଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକ ହୋଟେଲ୍‌କୁ ସାଙ୍ଗମାନଙ୍କ ସହ ବାର୍ଥଡେ’ ପାର୍ଟି କରିବାକୁ ଯାଇଥିଲେ ଜଣେ ଯୁବତୀ। ରାତିରେ ହୋଟେଲ୍‌ରେ ରହଣୀ ସମୟରେ କବାଟ ଫାଙ୍କରେ ଅଶ୍ଲୀଳ ଫଟୋ ଓ ଭିଡିଓ ଉଠାଇଥିଲେ ହୋଟେଲ୍‌ର ଦୁଇ କର୍ମଚାରୀ। ଆଉ ତା’ପରେ ସମ୍ପୃକ୍ତ ଯୁବତୀଙ୍କୁ କରୁଥିଲେ ବ୍ଲାକମେଲିଂ। ୫୦,୦୦୦ ଟଙ୍କା ନଦେଲେ ଅଶ୍ଲୀଳ ଫଟୋ ଓ ଭିଡିଓକୁ ଭାଇରାଲ୍‌ କରିଦେବାର ଧମକ ଦେଉଥିଲେ। ଶେଷରେ ଟଙ୍କା ନେବାକୁ ଆସି ଫସିଗଲେ ଦୁଇ ହୋଟେଲ୍‌ କର୍ମଚାରୀ। ପୂରା ଘଟଣାଟି […]

rape

Manoranjan Sial
  • Published: Friday, 29 November 2019
  • , Updated: 29 November 2019, 06:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକ ହୋଟେଲ୍‌କୁ ସାଙ୍ଗମାନଙ୍କ ସହ ବାର୍ଥଡେ’ ପାର୍ଟି କରିବାକୁ ଯାଇଥିଲେ ଜଣେ ଯୁବତୀ। ରାତିରେ ହୋଟେଲ୍‌ରେ ରହଣୀ ସମୟରେ କବାଟ ଫାଙ୍କରେ ଅଶ୍ଲୀଳ ଫଟୋ ଓ ଭିଡିଓ ଉଠାଇଥିଲେ ହୋଟେଲ୍‌ର ଦୁଇ କର୍ମଚାରୀ। ଆଉ ତା’ପରେ ସମ୍ପୃକ୍ତ ଯୁବତୀଙ୍କୁ କରୁଥିଲେ ବ୍ଲାକମେଲିଂ। ୫୦,୦୦୦ ଟଙ୍କା ନଦେଲେ ଅଶ୍ଲୀଳ ଫଟୋ ଓ ଭିଡିଓକୁ ଭାଇରାଲ୍‌ କରିଦେବାର ଧମକ ଦେଉଥିଲେ। ଶେଷରେ ଟଙ୍କା ନେବାକୁ ଆସି ଫସିଗଲେ ଦୁଇ ହୋଟେଲ୍‌ କର୍ମଚାରୀ।

ପୂରା ଘଟଣାଟି ଏମିତି। ଗତ ୫ ତାରିଖରେ ଗେଣ୍ଡୁ (ଛଦ୍ମନାମ) ତାଙ୍କର କେତେକ ସାଙ୍ଗମାନଙ୍କ ସହ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ହୋଟେଲରେ ଜନ୍ମଦିନ ସେଲିବ୍ରେସନ୍‌ କରିଥିଲେ। ରାତିରେ ସେହି ହୋଟେଲ୍‌ରେ ସେମାନେ ରହିଥିଲେ। ତା’ପର ଦିନ ସକାଳେ ଗେଣ୍ଡୁ ଓ ତାଙ୍କ ସାଙ୍ଗମାନେ ହୋଟେଲ ଛାଡ଼ି ଦେଇଥିଲେ।

ହୋଟେଲ ଛାଡ଼ିର ୨ରୁ ୩ ଦିନ ପରେ ହଠାତ ଗେଣ୍ଡୁଙ୍କ ପାଖକୁ ଫୋନ୍‌ କଲ ଆସିଲା। ଫୋନ୍‌ କରିଥିବା ବ୍ୟକ୍ତି ୫୦,୦୦୦ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ହୋଟେଲ୍‌ ରୁମ୍‌ରେ ଥିବା ବେଳେ ଉଠା ଯାଇଥିବା ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ୍‌ କରିଦେବାର ଧମକ ଦେଇଥିଲେ। ଏପରି ଥରେ କି ଦୁଇଥର ନୁହେଁ, ବାରମ୍ୱାର ବିଭିନ୍ନ ନମ୍ୱରରୁ ଫୋନ୍‌ କଲ୍‌ ଆସୁଥିଲା। ଯେଉଁଥିପାଇଁ ଗେଣ୍ଡୁ ଭୟଭୀତ ହୋଇଯାଇ ଥିଲେ। ଲୋକଲଜ୍ଜା ଭୟରେ ଜୀବନ ହାରିଦେବାକୁ ମଧ୍ୟ ଭାବିଥିଲେ।

ଗତକାଲି ଗେଣ୍ଡୁ ସିଆର୍‌ପି ଛକରେ ବସି କାନ୍ଦୁ ଥିଲେ। ଏହା ଦେଖି କେତେକ ଯୁବକ କାନ୍ଦିବାର କାରଣ ପଚାରିଥିଲେ। ପରେ ଗେଣ୍ଡୁ ପୂରା ଘଟଣା କହିଥିଲେ। ତା’ପରେ ଯୋଜନା କରି ଗେଣ୍ଡୁ ଟଙ୍କା ଦେବା ପାଇଁ ସମ୍ପୃକ୍ତ ଯୁବକଙ୍କୁ ଡ଼କାଇଥିଲେ। ଅର୍ଥ ଲୋଭରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ରାସ୍ତା ଆର ପାର୍ଶ୍ୱରେ ଥିବା ବେଳେ ଅନ୍ୟ ଜଣେ ଗେଣ୍ଡୁଙ୍କ ପାଖକୁ ଟଙ୍କା ନେବା ପାଇଁ ଆସିଥିଲେ। ଏହି ସମୟରେ ପୂର୍ବରୁ ସଜାଗ ଥିବା ଯୁବକମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିନେଇ ପୁଲିସର ଜିମା ଦେଇଥିଲେ।

ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ଧମକ ଦେଉଥିବା ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହୋଟଲର ସଫେଇ ଓ କୁକିଂ କର୍ମଚାରୀ ବୋଲି ଜଣାପଡିଛି। ଘଟଣା ପରେ ପୁଲିସ ହୋଟେଲକୁ ଯାଇ ଖୋଲତାଡ ଆରମ୍ଭ କରିଛି। ଏହାସହ ରେଜିଷ୍ଟରରେ ଥିବା ନମ୍ବରକୁ ସଂଗ୍ରହକରି ଏପରି କରାଯାଇଥିବା ଜଣାପଡ଼ିଛି।

Related story