ସ୍ୱପ୍ନ ଦେଖାଇ ଠକୁଥିଲେ, ଧରାପଡ଼ିଲେ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ସମବାୟ ସମିତି ଅଧିକାରୀର ପରିଚୟ ଦେଇ ଠକେଇ ଅଭଯୋଗ ହୋଇଛି। ଆଜି ଏପରି ଦୁଇ ଅଭିଯୁକ୍ତଙ୍କୁ ଖୋର୍ଦ୍ଧା ଟାଉନ ଥାନାରେ ପୁଲିସର ଜିମା ଦେଇଛନ୍ତି ଠକେଇର ଶିକାର ହୋଇଥିବା ମହିଳାମାନେ। ଏହି ଦୁଇ ଅଭିଯୁକ୍ତ ହେଲେ କୁମାର ନାୟକ ଓ ଦୀପକ ଜେନା। ଏମାନେ ପୁରୀ, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ମହିଳାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି। ଅଭିଯୋଗ ଅନୁସାରେ ରୋଜଗାର ଦେବାର ସ୍ୱପ୍ନ ଦେଖାଇ ଗାଁ ଗହଳିର ମହିଳାଙ୍କୁ ଏମାନେ ଠକୁ […]

Two-fraud-arrest-in-khurda

Manoranjan Sial
  • Published: Tuesday, 30 October 2018
  • , Updated: 30 October 2018, 10:14 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ସମବାୟ ସମିତି ଅଧିକାରୀର ପରିଚୟ ଦେଇ ଠକେଇ ଅଭଯୋଗ ହୋଇଛି। ଆଜି ଏପରି ଦୁଇ ଅଭିଯୁକ୍ତଙ୍କୁ ଖୋର୍ଦ୍ଧା ଟାଉନ ଥାନାରେ ପୁଲିସର ଜିମା ଦେଇଛନ୍ତି ଠକେଇର ଶିକାର ହୋଇଥିବା ମହିଳାମାନେ। ଏହି ଦୁଇ ଅଭିଯୁକ୍ତ ହେଲେ କୁମାର ନାୟକ ଓ ଦୀପକ ଜେନା। ଏମାନେ ପୁରୀ, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ମହିଳାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି।
ଅଭିଯୋଗ ଅନୁସାରେ ରୋଜଗାର ଦେବାର ସ୍ୱପ୍ନ ଦେଖାଇ ଗାଁ ଗହଳିର ମହିଳାଙ୍କୁ ଏମାନେ ଠକୁ ଥିଲେ। ଏମାନେ ପ୍ରଥମେ ମହିଳାଙ୍କୁ ସୂତା ଦେଉଥିଲେ। ସେମାନଙ୍କଠାରୁ ବିଭିନ୍ନ ବ୍ରତ ତିଆରି କରି ସୋସାଇଟି ମାଧ୍ୟମରେ କିଣିବାକୁ କହୁଥିଲେ। ହେଲେ ଏଥିପାଇଁ ମହିଳାଙ୍କଠାରୁ ଶହେ ଟଙ୍କା ଲେଖାଏଁ ଓ ପାନ୍‌କାର୍ଡ ବାବଦକୁ ୨୦୦ ଟଙ୍କା ନେଉଥିଲେ। କିନ୍ତୁ ସୂତାର ବ୍ରତ କିଣିବା ତ ଦୂରର କଥା, ଧରା ଛୁଆଁ ଦେଉନଥିଲେ ଅଭିଯୁକ୍ତମାନେ। ଏହା ସହିତ ସମବାୟ ସମିତିରେ ଚାକିରିର ଲୋଭ ଦେଖାଇ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କଠାରୁ ମଧ୍ୟ ମୋଟା ଅଙ୍କର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ଖୋର୍ଦ୍ଧା ବଘେଇଟାଙ୍ଗିରେ ମହିଳାମାନେ ଦୁଇ ଅଭିଯୁକ୍ତଙ୍କୁ ଧରି ଥାନାରେ ଦେଇଛନ୍ତି। ଏହା ଜଣାପଡ଼ିବା ପରେ ଅଭିଯୋଗ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପୁଲିସ ଏହାର ତଦନ୍ତ ଆରମ୍ଭ କରୁଛି।

https://youtu.be/Ypj_WUH8vDo

Related story