ଗାଧୋଇବାକୁ ଯାଇ ଆଉ ଫେରିଲେନି ୨ ଝିଅ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପୋଖରୀରେ ବୁଡ଼ି ୨ ଝିଅଙ୍କ ସଲିଳ ସମାଧି। ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ବଗଚରା ଗାଁରେ ପୋଖରୀରେ ବୁଡି ଦୁଇ ଝିଅଙ୍କ ମୃତ୍ୟୁ ଘଟିଛି। ବଗଚରା ଗାଁର ଅନୁଗୁଳ ପ୍ରମାଣିକଙ୍କ ୬ ବର୍ଷୀୟ ଝିଅ ବର୍ଷା ଏବଂ  ତାଙ୍କ ସମ୍ପର୍କୀୟ ୬ ବର୍ଷୀୟା ମାମା ଜେନାର ମୃତ୍ୟୁ ଘଟିଛି।

ଉଭୟ ପୋଖରୀକୁ ଗାଧୋଇବାକୁ ଯାଇ ବୁଡିଯାଇଥିବା ଜଣାପଡିଛି । ପରିବାର ଲୋକେ ଉଭୟଙ୍କୁ ପୋଖରୀରେ ଭାସୁଥିବା ଦେଖି ମେଡିକାଲକୁ ନେଇଥିଲେ।ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।   ଦୁଇ ଝିଅଙ୍କ ମୃତ୍ୟୁକୁ ନେଇ ବଗଚରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।