ଚୌଦ୍ୱାର(ପ୍ରକାଶ): ଚୌଦ୍ୱାର ଥାନା ବଡ଼ ସାମନ୍ତରାପୁର ପଞ୍ଚାୟତର ସର୍ଦ୍ଦାରଖର୍ଦ୍ଦାରେ ନିର୍ବାଚନୀ ହିଂସା। ଗତକାଲି ବିଳମ୍ବିତ ରାତିରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ହୋଇଛି। ଏଥିରେ ୩ ଜଣଙ୍କର ମୁଣ୍ଡ ଫାଟି ଯାଇଛି। ଆହତମାନେ ହେଲେ ମୀନା ରାଉତ, ପୀତବାସ ରାଉତ ଓ ଭଞ୍ଜ ମାଝି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ନେଇ ସଂପୃକ୍ତ ରାଜନୈତିକ ଦଳର ଗୋଟିଏ ଗୋଷ୍ଠୀ ପକ୍ଷରୁ ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଛି।
ଗତକାଲି ଗୋଟଏ ଗୋଷ୍ଠୀ ଟଙ୍କା ବାଣ୍ଟିବାକୁ ଆସିଥିଲେ। ତାଙ୍କୁ ଆଉ ଏକ ଗୋଷ୍ଠୀ ବାରଣ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଟଙ୍କା ବାଣ୍ଟିବାକୁ ଆସିଥିବା ଗୋଷ୍ଠୀର ୩୦ରୁ ୪୦ ଜଣ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ। ଏନେଇ ଏହି ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା କାର୍ଯ୍ୟନିର୍ଘଣ୍ଟ; ଡିସେମ୍ବର ୨୦ରେ ଭୋଟ୍
ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
Crime
ସହିହେଲାନି ପୁଅବୋହୂଙ୍କ ନିର୍ଯାତନା; ଗୁହାଳରେ ଝୁଲି ପଡ଼ିଲେ ବୃଦ୍ଧ
ମୃତଦେହ ନିକଟରୁ ପୁଲିସ ଏକ ସୁଇସାଇଡ୍ ନୋଟ ଜବତ କରିଛି। ଯେଉଁଥିରେ ବୃଦ୍ଧ ଲେଖିଛନ୍ତି ଅନେକ କଥା।
Crime
ସନ୍ଧ୍ୟାରେ ଦୁର୍ଘଟଣାରେ ଚାଲିଗଲା ଜୀବନ; ରାତିରେ ଘରେ ବୁଲିଲା କଳାକନା
ବିଜୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।