ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜୟପୁର (ଓଡ଼ିଶା ରିପୋର୍ଟର): ଜାତୀୟ ରାଜପଥ କଡ଼ରୁ ଏକ ଗଛରୁ ଉଦ୍ଧାର ହୋଇଛି ଏକ ପ୍ରେମୀ ଯୁଗଳଙ୍କ ମୃତଦେହ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁ ନିକଟରେ ଘଟିଛି ଏହି ଘଟଣା। ପ୍ରେମୀ ଯୁଗଳଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ବୋରିଗୁମ୍ମା ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା […]

deadbody

deadbody

Jitendra Garnayak
  • Published: Tuesday, 08 November 2022
  • Updated: 08 November 2022, 12:16 PM IST

Sports

Latest News

ଜୟପୁର (ଓଡ଼ିଶା ରିପୋର୍ଟର): ଜାତୀୟ ରାଜପଥ କଡ଼ରୁ ଏକ ଗଛରୁ ଉଦ୍ଧାର ହୋଇଛି ଏକ ପ୍ରେମୀ ଯୁଗଳଙ୍କ ମୃତଦେହ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁ ନିକଟରେ ଘଟିଛି ଏହି ଘଟଣା।

ପ୍ରେମୀ ଯୁଗଳଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ବୋରିଗୁମ୍ମା ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ସ୍ପଷ୍ଟ ଜଣାପଡ଼ୁଥିବା ବୋରିଗୁମ୍ମା ଏସିଡିପିଓ ମଧୁଶିକ୍ତା ମିଶ୍ର କହିଛନ୍ତି।

ଏସ୍‌ଡିପିଓ କହିଛନ୍ତି, ଦୁହେଁ ବିବାହିତ ଥିଲେ। ସେମାନଙ୍କର ନିଜ ନିଜର ପରିବାର ଅଛନ୍ତି। ମୃତ ମହିଳା କୁଲି କାମ କରୁଥିଲେ। ଆଉ ପୁରୁଷ ଜଣଙ୍କ ମିସ୍ତ୍ରୀ ଭାବେ କାମ କରୁଥିଲେ। ନବରଙ୍ଗପୁରକୁ ସେମାନେ କାମ କରିବାକୁ ଯାଉଥିଲେ। କିନ୍ତୁ ସେମାନଙ୍କ ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡ଼ିବ।

ମୃତ ମିସ୍ତ୍ରୀଙ୍କ ନାଁ ରାମଧର ଭତରା। ତାଙ୍କ ଘର ଲିଟିମଝିଆ ଗାଁରେ। ସେହିଭଳି ମୃତ ମହିଳା ଜଣଙ୍କ ବଡ଼ମଝିଆ ଗାଁର ବାସିନ୍ଦା ଥିଲେ। ରାମଧର ବିବାହିତ ଥିଲେ। ତାଙ୍କର ଦୁଇଟି ଛୁଆ ଅଛନ୍ତି। ସେହିପରି ମୃତ ମହିଳା ମଧ୍ୟ ବିବାହ କରିଥିଲେ ଓ ତାଙ୍କର ୪ଟି ଛୁଆ ଅଛନ୍ତି। ତେବେ ତାଙ୍କ ସ୍ୱାମୀ କିଛି ବର୍ଷ ହେଲା ତାଙ୍କଠାରୁ ଦୂରେଇ ରହୁଥିଲେ। ରାମଧରଙ୍କ ସହିତ ମୃତ ମହିଳାଙ୍କ ପ୍ରେମ ସଂପର୍କ ଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ତେବେ ମୃତ ମହିଳାଙ୍କ ବାପା ଏ ବିଷୟରେ କିଛି ଜାଣି ନଥିବା କହିଛନ୍ତି। ସେହିପରି ରାମଧରଙ୍କ ବାପା ମଧ୍ୟ କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା କି ନାହିଁ, ସେ ଜାଣି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos