ଏନ୍‌କାଉଣ୍ଟରେ ଦୁଇ ଭାଇ ଆହତ

ଆସିକା(ମନୋଜ ମୁନି): ଆସିକା ଥାନା ଅନ୍ତର୍ଗତ ପଲ୍ଲୀମାଳ ରାସ୍ତାରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁଇ ଜଣ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ କୃଷ୍ଣ ଜେନା ଓ ସୁନୀଲ ଜେନା। ଉଭୟଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ସେମାନଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୃଷ୍ଣ ଓ ସୁନୀଲ ଦୁଇ ଭାଇ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଦୁଇଟି ମୋଟର ସାଇକେଲ୍‌, ଦୁଇଟି ପିସ୍ତଲ୍‌ ଓ ୫ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଗତ ଡିସେମ୍ୱର ୩୧ ତାରିଖରେ […]

encounter

Jitendra Garnayak
  • Published: Monday, 07 January 2019
  • , Updated: 07 January 2019, 12:25 PM IST

ଆସିକା(ମନୋଜ ମୁନି): ଆସିକା ଥାନା ଅନ୍ତର୍ଗତ ପଲ୍ଲୀମାଳ ରାସ୍ତାରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁଇ ଜଣ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ କୃଷ୍ଣ ଜେନା ଓ ସୁନୀଲ ଜେନା। ଉଭୟଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି।

ସେମାନଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୃଷ୍ଣ ଓ ସୁନୀଲ ଦୁଇ ଭାଇ ବୋଲି ଜଣାପଡ଼ିଛି।

ସେମାନଙ୍କ ନିକଟରୁ ଦୁଇଟି ମୋଟର ସାଇକେଲ୍‌, ଦୁଇଟି ପିସ୍ତଲ୍‌ ଓ ୫ଟି ଜୀବନ୍ତ ଗୁଳି ଜବତ କରାଯାଇଛି।

ଗତ ଡିସେମ୍ୱର ୩୧ ତାରିଖରେ ନିପାଇଲ ଛକ ନିକଟରେ ଖାରିଆ ସରପଞ୍ଚଙ୍କ ଭାଇ ତଥା ବିଜେଡି ନେତା ବାହାନ ଲେଙ୍କାଙ୍କୁ ଏ ଦୁଇ ଭାଇ ହତ୍ୟା କରିଥିବା ଅଭଯୋଗ ହୋଇଥିଲା।

ଏହି ଘଟଣା ପରେ ପୁଲିସ୍ ସେମାନଙ୍କୁ ଖୋଜୁଥିଲା। କୌଣସି ସୂତ୍ରରୁ ଖବର ପାଇ ଆସିକା ପୁଲିସ୍‌ ସେମାନଙ୍କୁ କାବୁ କରିବାକୁ ଯାଇଥିବା ବେଳେ ଉଭୟ ୫ ରାଉଣ୍ଡ ଗୁଳି କରିଥିଲେ। ତେବେ ପୁଲିସ୍‌ର ପାଲଟା ଜବାବରେ ସେମାନେ ଆହତ ହୋଇଥିଲେ।

Related story