କଟକ (ଓଡ଼ିଶା ରିପୋର୍ଟର):କେନାଲରେ ଗାଧୋଇବା ହେଲା କାଳ। କଟକ ତାଳଦଣ୍ଡା କେନାଲରେ ଗାଧୋଇବା ବେଳେ ୩ ଜଣ ସ୍କୁଲ ଛାତ୍ରୀ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ରୀ ଉଦ୍ଧାର ହୋଇଥିବା ବେଳେ ଜଣେ ଏବେବି ନିଖୋଜ ଅଛନ୍ତି।
ଆଜି ସକାଳେ ସ୍କୁଲ ସରିବା ପରେ ଚାଉଳିଆଗଞ୍ଜର ତିନିଜଣ ନାବାଳିକା ଛାତ୍ରୀ କେନାଲକୁ ଗାଧୋଇବାକୁ ଯାଇଥିଲେ। ତେବେ କେନାଲରେ ପାଣିର ଗତି ପ୍ରଖର ଥିବାରୁ ଜଣେ ଛାତ୍ରୀ ଭାସିଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଦୁଇଜଣ ଝିଅ ଭାସି ଯାଇଥିଲେ।
ଏହି ସମୟରେ ନିକଟରେ ଗାଧୋଉଥିବା ଜଣେ ବ୍ୟକ୍ତି ପହଁରି ପହଁରି ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ଅନ୍ୟ ଜଣେ ଛାତ୍ରୀ ଭାସି ଯାଇଥିଲେ। ଉଦ୍ଧାର ଦୁଇ ଛାତ୍ରୀଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣାସ୍ଥଳରେ ୨ଟି ଓଡ୍ରାଫ୍ ଓ ବୁଡାଳି ଟିମ୍ ପହଞ୍ଚି ନିଖୋଜ ଛାତ୍ରୀଙ୍କୁ ଖୋଜୁଛନ୍ତି। ଏବେବି ନିଖୋଜ ନାବାଳିକାଙ୍କ କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ବରଗଡ଼ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିପାରିବେ ନାହିଁ ହୃଷିକେଶ ଭୋଇ, ବଛାଯିବେ ନୂଆ କଳାକାର
କଂସ ଭୂମିକାରେ ଅଭିନୟ କରି ସୁନାମ ଅର୍ଜି ଥିବା ହୃଷିକେଶ ଭୋଇଙ୍କର ଗୋଟିଏ ଭୁଲ୍ ତାଙ୍କର ଭାବମୂର୍ତ୍ତିକୁ ଖରାପ କରି ଦେଇଛି!
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Weather
କୁହୁଡ଼ି ନେଇ ୩ ଜିଲ୍ଲାକୁ ସତର୍କ ସୂଚନା, ୨୭ ଓ ୨୮ରେ କିଛି ସ୍ଥାନରେ ହୋଇପାରେ ବର୍ଷା
ଆଜି ରାତି, ଆସନ୍ତାକାଲି ଅର୍ଥାତ୍ ଶନିବାର ସକାଳେ ଓ ରାତିରେ ଏବଂ ରବିବାର ସକାଳେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।
Guest Column
ରବି ଦାଶ - ଏକ ବିରଳ ବ୍ୟକ୍ତିତ୍ୱ
କେବଳ ତୁଳସୀ କ’ଣ ଦୁଇ ପତ୍ରରୁ ବାସିଥାଏ, ପୋଦିନା କି ଅନ୍ୟ କିଛି ନୁହେଁ? କୌଣସି ମହାପୁରୁଷଙ୍କ ଜୀବନୀ ପଢ଼ିଲା ବେଳେ ଆମେ ଏହି ଯୁକ୍ତିଟି ଅଧିକାଂଶ ସମୟରେ ପାଇଥାଉ ଯେ ସେ ମହାପୁରୁଷ ହେବେ ବୋଲି ପିଲାବେଳୁ ଜଣାଥିଲା।
Education
ବାହାରିଲା OTET ୨୦୨୪ର ରେଜଲ୍ଟ: ଅସଫଳ ପରୀକ୍ଷାର୍ଥୀଙ୍କୁ କ’ଣ କହିଛି ବୋର୍ଡ, ଜାଣନ୍ତୁ
www.bseodisha.ac.inରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ।