ବାଲିଗୁଡ଼ା (ଅଜିତ ନାୟକ): କୋଭିଡ୍-୧୯ ଗାଇଡ୍ଲାଇନ୍କୁ ଉଲ୍ଲଘଂନ କରି କ୍ୱାରେଣ୍ଟାଇନ୍ରେ ଥିବା ଜଣେ ଯୁବତୀଙ୍କ ସହିତ ସେଲ୍ଫି ଉଠାଇଲେ ଦୁଇ ଅଧିକାରୀ। ସେମାନଙ୍କ ଭିତରୁ ଜଣେ ମାସ୍କ ପିନ୍ଧିଥିବା ବେଳେ ଅନ୍ୟ ଜଣେ ପିନ୍ଧିନଥିବା ଦେଖିବାକୁ ମିଳିଛି। ଯାହା ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଆଜି ଏପରି ଅଭିଯୋଗ କନ୍ଧମାଳ ଜିଲ୍ଲାରୁ ଆସିଛି।
କନ୍ଧମାଳ ଜିଲ୍ଲାର କ. ନୂଆଗାଁର କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଜଣେ ପ୍ରବାସୀ ଯୁବତୀ ରହିଥିଲେ। ସେଠାରେ ରହଣୀ ସମୟରେ କ୍ୱାରେଣ୍ଟାଇନ୍ କେନ୍ଦ୍ର ଦାୟିତ୍ୱରେ ଥିବା ଭିଏଲଡବ୍ଲୁ ପ୍ରଶାନ୍ତ କୁମାର ବେହେରା ଓ ନୋଡାଲ୍ ଅଧିକାରୀ ନିରଞ୍ଜନ ନାୟକ ତାଙ୍କ ସହିତ ସେଲ୍ଫି ନେଇଥିଲେ। କୋଭିଡ୍-୧୯ ଗାଇଡ୍ଲାଇନ୍କୁ ଉଲ୍ଲଘଂନ କରି ଏମାନେ ଏହି ସେଲ୍ଫି ଉଠାଇ ଥିଲେ। ଯାହା ଏବେ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି। ଏହି ଫଟୋ ଏବେ ମୋବାଇଲ୍ରୁ ମୋବାଇଲକୁ ଘୂରି ବୁଲୁଛି। ଏନେଇ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ହେବ ବୋଲି ସ୍ଥାନୀୟ ବିଡିଓ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଜଳିଗଲା ଧାନ ଗଦା, ୧୦ ଏକର ଜମିର ଧାନ ଫସଲ ଭସ୍ମ
ଗତକାଲି କିଛି ଦୁର୍ବୃତ୍ତମାନେ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ।
Miscellaneous
ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍; ଏଣିକି ମଣ୍ଡି ଜଗୁଛି ସିସିଟିଭି
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍କୁ ଉଦ୍ଘାଟନ କରିଛନ୍ତି। ମଣ୍ଡି ସଂପର୍କିତ ଅସୁବିଧା ନେଇ ଟୋଲ୍ ଫ୍ରି ନମ୍ବର ୧୯୬୭ରେ କଲ୍ କରିପାରିବେ ଚାଷୀ।
Accident
ଡମ୍ଫରକୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୩ ଆହତ
ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସଟି ରୋଗୀ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।
Accident
ଟ୍ରାକ୍ରେ ଦୌଡ଼ୁଥିଲା ଟ୍ରେନ୍, ତଳେ ଲାଗିଲା ନିଆଁ
କୋରାପୁଟ ଜିଲ୍ଲା ମାଛକୁଣ୍ଡ ଷ୍ଟେଶନ ନିକଟରେ ଗତକାଲି ବିଶାଖାପାଟଣା-କିରାଣ୍ଡୁଳକୁ ସଂଯୋଗ କରୁଥିବା କେକେ ରେଳପଥରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ମାଲବାହୀ ଟ୍ରେନ୍ର ପ୍ରାୟ ୮ଟି ବଗି କ୍ଷତିଗ୍ରସ୍ତ ହୋଇଛି।