ବର୍ଷା ଉଜାଡ଼ି ଦେଲା ସୁନାର ସଂସାର, ଖାଲି ହୋଇଗଲା ମା’ର କୋଳ

ରାଇରଙ୍ଗପୁର (ଓଡ଼ିଶା ରିପୋର୍ଟର): ବର୍ଷା ଉଜାଡ଼ି ଦେଲା ସୁନାର ସଂସାର। ମା’କୋଳ ଖାଲି କରି ଚାଲି ଗଲେ ୨ଭଉଣୀ। ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ। ଜିଲ୍ଲାର ବିଶୋଇ ବ୍ଲକ ଭୋଳବେଡା ଗାଁରେ କାନ୍ଥ ପଡ଼ି ୨ ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ବାପାମା’ଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଦ୍ୱୟ ହେଲେ ସ୍ଵୀଟି ଗିରି ଓ ନିହାରିକା ଗିରି। ବାପା ଅନୀଲ ଗିରି ଓ ମା ରିତା ଗିରିଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ […]

wall collapses

  • Published: Saturday, 20 August 2022
  • , Updated: 20 August 2022, 01:03 PM IST

ରାଇରଙ୍ଗପୁର (ଓଡ଼ିଶା ରିପୋର୍ଟର): ବର୍ଷା ଉଜାଡ଼ି ଦେଲା ସୁନାର ସଂସାର। ମା’କୋଳ ଖାଲି କରି ଚାଲି ଗଲେ ୨ଭଉଣୀ। ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ। ଜିଲ୍ଲାର ବିଶୋଇ ବ୍ଲକ ଭୋଳବେଡା ଗାଁରେ କାନ୍ଥ ପଡ଼ି ୨ ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ବାପାମା’ଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଦ୍ୱୟ ହେଲେ ସ୍ଵୀଟି ଗିରି ଓ ନିହାରିକା ଗିରି। ବାପା ଅନୀଲ ଗିରି ଓ ମା ରିତା ଗିରିଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ବାପା,ମା’  ଓ ଦୁଇ ଭଉଣୀ ଘରେ ଶୋଇଥିଲେ।  ରାତି ପ୍ରାୟ ୨ଟା ସମୟରେ ଲଗାଣ ବର୍ଷା ଯୋଗୁ ମାଟି କାନ୍ଥଟି ୪ଜଣଙ୍କ ଉପରେ ପଡ଼ିଯାଇଥିଲା। ଗ୍ରାମବାସୀ ଶବ୍ଦ ଶୁଣି ଦୌଡ଼ି ଆସିଥିଲେ। କାନ୍ଥ ଭୁଶୁଡ଼ି ପଡ଼ି ଯାଇଥିବା ଦେଖି ବାପା,ମା’  ଓ ଦୁଇ ଭଉଣୀଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର  ୨ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ। ବାପା, ମା’ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ସେହିପରି କେନ୍ଦୁଝର ଜିଲ୍ଲା ମହାଦେଈଯୋଡା ପଞ୍ଚାୟତ ଟିକରପଡା ଗାଁରେ କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ଦୂତିକା ବେହେରା। ସ୍ୱାମୀ କାହ୍ନୁଚରଣ ବେହେରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ  ଲଗାଣ ବର୍ଷା ଯୋଗୁ  ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ବନ୍ୟା ପାଣି ଗାଁରେ ପଶିଯିବା ଯୋଗୁ କେତେକ ଲୋକେ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ କେତେକ ଲୋକଙ୍କ ଘର ଭାଙ୍ଗି ଯାଇଛି। ଆଉ କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଲୋକମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

 

 

 

Related story