ସମୁଦ୍ରରେ ଭାସିଗଲେ ୨ ଛାତ୍ର

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଭାସିଯାଇ ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି।  ମୃତକ ଦ୍ୱୟ ହେଲେ ରଜତ ପାଣ୍ଡେ ଓ ମହମ୍ମଦ ଇବାଦ। ଉଭୟେ କଟକ ପିଲୁ ମୋଦି କଲେଜ୍ ଅଫ୍ ଆର୍କିଟେକ୍ଚରର ଛାତ୍ର ଥିଲେ। ଆଜି ସକାଳେ ଏମାନଙ୍କ ସହିତ ଆହୁରି ୪ ଜଣ ଛାତ୍ର ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ସେମାନେ ଚକ୍ରତୀର୍ଥ ରୋଡ୍ ପାନ୍ଥନିବାସ ନିକଟରେ ଗାଧୋଉ ଥିଲେ। ଗାଧୋଇବା ବେଳେ ଜଣେ ଭାସିଯିବାରୁ ଅନ୍ୟ ଜଣେ ଛାତ୍ର […]

drowndeath

drowndeath

Jitendra Garnayak
  • Published: Sunday, 02 September 2018
  • Updated: 02 September 2018, 03:55 AM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଭାସିଯାଇ ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି।  ମୃତକ ଦ୍ୱୟ ହେଲେ ରଜତ ପାଣ୍ଡେ ଓ ମହମ୍ମଦ ଇବାଦ। ଉଭୟେ କଟକ ପିଲୁ ମୋଦି କଲେଜ୍ ଅଫ୍ ଆର୍କିଟେକ୍ଚରର ଛାତ୍ର ଥିଲେ।

ଆଜି ସକାଳେ ଏମାନଙ୍କ ସହିତ ଆହୁରି ୪ ଜଣ ଛାତ୍ର ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ସେମାନେ ଚକ୍ରତୀର୍ଥ ରୋଡ୍ ପାନ୍ଥନିବାସ ନିକଟରେ ଗାଧୋଉ ଥିଲେ। ଗାଧୋଇବା ବେଳେ ଜଣେ ଭାସିଯିବାରୁ ଅନ୍ୟ ଜଣେ ଛାତ୍ର ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ତେବେ ସେ ମଧ୍ୟ ଭାସି ଯାଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତଖାନାକୁ ଆଣିଥିଲେ।  ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos