ସେବାଶ୍ରମରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ମାଲକାନଗିରି (ଜିତେନ୍ଦ୍ର ବେଉରା): ସେବାଶ୍ରମରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ଛିଡ଼ା ହୋଇଛି। ମାଲକାନଗିରି ଜିଲ୍ଲାର ଏକ ସେବାଶ୍ରମରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି। ଏହି ଘଟଣାକୁ ନେଇ ମାଲକାନାଗିରି ଜିଲ୍ଲାପାଳଙ୍କ ନିକଟରେ ପୀଡ଼ିତା ଫେରାଦ ହୋଇଥିଲେ। ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଘଟଣା ତଦନ୍ତ କରିଥିଲେ। ତା’ପରେ […]

girl

girl

Jitendra Garnayak
  • Published: Tuesday, 22 January 2019
  • Updated: 22 January 2019, 10:36 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ସେବାଶ୍ରମରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ଛିଡ଼ା ହୋଇଛି। ମାଲକାନଗିରି ଜିଲ୍ଲାର ଏକ ସେବାଶ୍ରମରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି।

ଏହି ଘଟଣାକୁ ନେଇ ମାଲକାନାଗିରି ଜିଲ୍ଲାପାଳଙ୍କ ନିକଟରେ ପୀଡ଼ିତା ଫେରାଦ ହୋଇଥିଲେ। ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଘଟଣା ତଦନ୍ତ କରିଥିଲେ। ତା’ପରେ ଛାତ୍ରୀ ଜଣଙ୍କୁ ଅସଦାଚରଣ କରାଯାଇଥିବା ନେଇ ସେ ଗତକାଲି ଥାନାରେ ଏତଲା ଦେଇଥିଲେ। ଏହି ମାମଲାରେ ସ୍କୁଲର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ମାଲକାନଗିରି ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌।

ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ଏହି ଛାତ୍ରୀଙ୍କୁ ଛାତ ଉପରକୁ ଡାକି ନେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଗତବର୍ଷ ଅଗଷ୍ଟ ମାସ ୧୦ ତାରିଖରେ ଘଟିଥିଲା।

https://youtu.be/9HzXYudqZIk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos