‘ଯୁବଶକ୍ତିକୁ ଆତ୍ମନିର୍ଭର ଓ ସଶକ୍ତ କରିବା ପାଇଁ ଦେଢ଼ ବର୍ଷରେ ମିଶନ ମୋଡରେ କରାଯିବ ୧୦ ଲକ୍ଷ ନିଯୁକ୍ତି’
ମୋଦି ସରକାରଙ୍କ ୮ ବର୍ଷର ସଫଳତାର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ (ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ୮ ବର୍ଷ ପୂରଣ କରିଛି। ଏହି ଅବସରରେ ଅନୁଗୋଳ ଜିଲ୍ଲା ବଳରାମପ୍ରସାଦଠାରେ ‘ଗରିବ କଲ୍ୟାଣ ସମ୍ମିଳନୀ’ ଆୟୋଜିତ ହୋଇଯାଇଛି। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି ଯୋଗଦେଇ ମୋଦି ସରକାରଙ୍କ ୮ ବର୍ଷର ସଫଳତାର ହିସାବ ଦେଇଥିଲେ।
ପ୍ରଧାନମନ୍ତ୍ରୀ @narendramodi ଜୀଙ୍କ ନେତୃତ୍ୱାଧୀନ ସରକାରର ସେବା, ସୁଶାସନ, ଗରିବ କଲ୍ୟାଣର 8 ବର୍ଷ ପୂରଣ ହେବା ଅବସରରେ ଅନୁଗୋଳ ଜିଲ୍ଲା ବଳରାମପ୍ରସାଦ ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମ୍ମିଳନୀ’ରେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ @Rameswar_Teli ଙ୍କ ସହ ଯୋଗଦେଲି । #8YearsOfSeva pic.twitter.com/dL8z7ietWg
— Dharmendra Pradhan (@dpradhanbjp) June 15, 2022
ସେ କହିଥିଲେ, ମୋଦି ସରକାରଙ୍କ ସେବା ଓ କଲ୍ୟାଣ ମନ୍ତ୍ରରେ ଆଜି ବଳରାମପ୍ରସାଦରେ ୧୦୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ଡ଼ାକ୍ତରଖାନା ଓ ଝାରସଗୁଡ଼ାରେ ଇଏସ୍ଆଇର ଉପ-ଆଞ୍ଚଳିକ କାର୍ଯ୍ୟାଳୟ ଲୋକାର୍ପଣ କରାଯାଇଛି। ଏହି ଡ଼ାକ୍ତରଖାନା ଓ ଉପ-ଆଞ୍ଚଳିକ କାର୍ଯ୍ୟାଳୟ ଦ୍ୱାରା ହଜାର ହଜାର ଶ୍ରମିକ ଏବଂ କର୍ମଚାରୀ ଉପକୃତ ହେଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ମୋଦି ସରକାରଙ୍କ ସେବା ଓ କଲ୍ୟାଣ ମନ୍ତ୍ରରେ ଆଜି ବଳରାମପ୍ରସାଦରେ 100 ଶଯ୍ୟା ବିଶିଷ୍ଟ ଇଏସଆଇ ଡ଼ାକ୍ତରଖାନା ଏବଂ ଝାରସଗୁଡ଼ାରେ ଇଆସଆଇର ଉପ-ଆଞ୍ଚଳିକ କାର୍ଯ୍ୟାଳୟର ଲୋକାର୍ପଣ କରାଯାଇଛି । ଏହି ଡ଼ାକ୍ତରଖାନା ଓ ଉପ-ଆଞ୍ଚଳିକ କାର୍ଯ୍ୟାଳୟ ଦ୍ୱାରା ହଜାର ହଜାର ଶ୍ରମିକ ଓ କର୍ମଚାରୀ ଉପକୃତ ହେବେ ।#8YearsOfSeva pic.twitter.com/woSIxu011r
— Dharmendra Pradhan (@dpradhanbjp) June 15, 2022
ସେ ଆହୁରି କହିଛନ୍ତି, ଦେଶର ଯୁବଶକ୍ତିକୁ ଆତ୍ମନିର୍ଭର ଓ ସଶକ୍ତ କରିବା ପାଇଁ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ମିଶନ ମୋଡରେ ୧୦ ଲକ୍ଷ ନିଯୁକ୍ତିର ଘୋଷଣା କରାଯାଇଛି। ସେନାବାହିନୀରେ ନିୟୋଜିତ ହୋଇ ଦେଶ ସେବା କରିବା ପାଇଁ ‘ଅଗ୍ନିପଥ ଯୋଜନା’ ଆରମ୍ଭ ହୋଇଛି। ଏହି ଯୋଜନା ଦ୍ୱାରା ଅନୁଗୋଳ, ଓଡ଼ିଶା ସମେତ ଦେଶର ଲକ୍ଷାଧିକ ଯୁବବର୍ଗ ନଯୁକ୍ତିର ସୁଯୋଗ ପାଇବେ। ଦେଶର ଗରିବ, ଚାଷୀ ଭାଇ, ମାଆ ଭଉଣୀ, ଶ୍ରମଶକ୍ତି, ଜନଜାତି, ବଞ୍ଚିତ ବର୍ଗର ଲୋକଙ୍କର ଯେଭଳି କିଛି ଅସୁବିଧା ନହୁଏ, ସେଥିପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରାଯାଇଛି। ପ୍ରାଥମିକତା ଭିତ୍ତିରେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ନାଗରିକଙ୍କ ଜୀବନଶୈଳୀରେ ସମ୍ପନ୍ନତା ଆଣିବା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଦେଶର ଯୁବଶକ୍ତିକୁ ଆତ୍ମନିର୍ଭର ଓ ସଶକ୍ତ କରିବା ପାଇଁ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ମିଶନ ମୋଡରେ ୧୦ ଲକ୍ଷ ନିଯୁକ୍ତିର ଘୋଷଣା କରାଯାଇଛି । ସେନାବାହିନୀରେ ନିୟୋଜିତ ହୋଇ ଦେଶ ସେବା କରିବା ପାଇଁ ‘ଅଗ୍ନିପଥ ଯୋଜନା’ ଆରମ୍ଭ ହୋଇଛି । ଏହି ଯୋଜନା ଦ୍ୱାରା ଅନୁଗୋଳ, ଓଡ଼ିଶା ସମେତ ଦେଶର ଲକ୍ଷାଧିକ ଯୁବବର୍ଗ ନଯୁକ୍ତିର ସୁଯୋଗ ପାଇବେ । pic.twitter.com/MsIShmchvY
— Dharmendra Pradhan (@dpradhanbjp) June 15, 2022
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଜଳ ଜୀବନ ମିଶନରେ ଘରକୁ ପାନୀୟ ଜଳ, କିଷାନ ସମ୍ମାନ ନିଧିରେ ଚାଷୀଙ୍କୁ ଟଙ୍କା, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, କୋଭିଡ୍ ସମୟରେ ଜନଧନ ଯୋଜନାରେ ସିଧା ଟଙ୍କା, ମାଗଣା ଟିକାକରଣ ଆଦି ମୋଦି ସରକାରରେ ବଡ଼ ଉପଲବ୍ଧି ଶ୍ରୀ ପ୍ରଧାନ କହିଛନ୍ତି।
ଦେଶର ଗରିବ, ଚାଷୀ ଭାଇ, ମାଆ ଭଉଣୀ, ଶ୍ରମଶକ୍ତି, ଜନଜାତି, ବଞ୍ଚିତ ବର୍ଗର ଲୋକ ମାନଙ୍କର ଯେଭଳି କିଛି ଅସୁବିଧା ନ ହୁଏ, ସେଥିପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରାଯାଇଛି । ପ୍ରାଥମିକତା ଭିତ୍ତିରେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ନାଗରିକଙ୍କ ଜୀବନଶୈଳିରେ ସମ୍ପନ୍ନତା ଆଣିବା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି । #8YearsOfSeva pic.twitter.com/D6YxBzsnFJ
— Dharmendra Pradhan (@dpradhanbjp) June 15, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।