ରାଧା ଉଦ୍ଧାରଣ : ୪୦ ଫୁଟ୍‌ ଗାତରେ ୮ ଘଣ୍ଟା ରହିବା ପରେ ବାହାରକୁ ଆସିଲା ଶିଶୁକନ୍ୟା

Ordigital Desk
  • Published: Monday, 25 December 2017
  • , Updated: 25 December 2017, 05:22 PM IST
<p>ଅନୁଗୁଳ:(ଓଡ଼ିଶା ରିପୋର୍ଟର): ଉଦ୍ଧାର ହେଲା ରାଧା। ବୋରେୱଲରେ ଖସି ପଡ଼ିଥିବା ଶିଶୁ ରାଧା ଉଦ୍ଧାର। ଉଦ୍ଧାର ପରେ ଶିଶୁକନ୍ୟାଟିକୁ &nbsp;ଅନୁଗୁଳ ହସ୍ପିଟାଲକୁ ନିଆଯାଇଛି। ଶିଶୁଟି ଜୀବନ୍ତ ଉଦ୍ଧାର ହୋଇଛି। ଦୀର୍ଘ ୮ ଘଣ୍ଟା ଧରି ଗାତ ଭିତରେ ଜୀବନ ସହ ସଂଘର୍ଷ ପରେ ନୂଆ ଜୀବନ ପାଇଛି ରାଧା। ସୂଚନା ଯୋଗଗ୍ୟ ଯେ, ଅନୁଗୁଳ ହଣ୍ଡପା ଥାନା ଗୁଲାସର ଗାଁରେ ଜଣେ ଅଢେଇ ବର୍ଷର ଶିଶୁ କନ୍ୟା ଆଜି ଖେଳୁ ଖେଳୁ ବୋରେୱଲରେ ଖସିପଡ଼ିଥିଲା। ଝିଅଟିର ନାଁ ରାଧା ସାହୁ ବୋଲି ଜଣାପଡ଼ିଛି।&nbsp; ଆଜି ସକାଳେ ୮ଟାରୁ ୮ଟା ୩୦ ଭିତରେ ଏହି ଘଟଣା ଘଟିଥିଲା। ଗାତଟିର ଗଭୀର ୨୦୦ ଫୁଟ କୁହାଯାଉଥିବା ବେଳେ ପିଲାଟି ୪୦ ଫୁଟରେ ଲଟକି ରହିଥିବା ଅନୁମାନ କରାଯାଉଥିଲା । ଏହି ଖବର ଆସିବା ପରେ ଉଦ୍ଧାର ପାଇଁ ଅପରେସନ &lsquo;ରାଧା&rsquo; ଆରମ୍ଭ ହୋଇଥିଲା। ଏଥି ଲାଗି ଦମକଳବାହିନୀ, ସ୍ଥାନୀୟ ପ୍ରଶାସନ ନିୟୋଜିତ ଥିଲା।</p> <p>ଏଥିସହ ଦୁଇଟି ଜେସିବି ମେସିନ ମଧ୍ୟ ନିୟୋଜିତ ଥିଲା। ଶିଶୁର ଅବସ୍ଥା ଜାଣିବାକୁ ଗାତ ଭିତରକୁ କ୍ୟାମେରା ମଧ୍ୟ ପଠାଯାଇଥିଲା। &nbsp;କ୍ୟାମେରା ଚିତ୍ର ଅନୁସାରେ ଶିଶୁଟି ଜୀବିତ ଥିବା ସୂଚନା ମିଳିଥିଲା। ସଙ୍ଗେ ସଙ୍ଗେ ୧୦ ଜଣିଆ &nbsp;ଓଡ୍ରାଫ୍ ଟିମ୍ କଟକରୁ ମଧ୍ୟ ପହଞ୍ଚିଥିଲା। ଆଉ ଶେଷରେ ଶିଶୁଟିକୁ ଜୀବିତ ଉଦ୍ଧାର କରାଯାଇଥିବା ଅଗ୍ନିଶମ ବିଭାଗ ଡିଜି ବିଜୟ ଶର୍ମା ସୂଚନା ଦେଇଥିଲେ।</p>

Related story