‘ୟୁକୋ ବ୍ୟାଙ୍କ ଲୁଟ୍‌ରେ ରାଜ୍ୟ ବାହାର ଗ୍ୟାଙ୍ଗ ସମ୍ପୃକ୍ତ’

ଭୁବନେଶ୍ୱର: ବାପୁଜୀନଗର ୟୁକୋ ବ୍ୟାଙ୍କ ଡକାୟତି ଘଟଣାରେ ରାଜ୍ୟ ବାହାରର ଗ୍ୟାଙ୍ଗର ସମ୍ପୃକ୍ତ ରହିଛି। ପୋଲିସ କମିଶନର ୱାଇ.ବି. ଖୁରାନିଆ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ବାପୁଜୀନଗର ବ୍ୟାଙ୍କ ଡକାୟତିରେ ସମ୍ପୃକ୍ତ ଗ୍ୟାଙ୍ଗ ପୂର୍ବ ଭାରତର ୪ଟି ରାଜ୍ୟରେ ସେମାନଙ୍କ କାର୍ଯ୍ୟକଳାପ ଚଳାଇଥିଲେ। ବିହାର, ପଶ୍ଚିମବଙ୍ଗ, ଝତିଶଗଡ଼ ଓ ଝାଡ଼ଖଣ୍ଡରେ ଏହି ଗ୍ୟାଙ୍ଗ ମୋଷ୍ଟ ୱାଣ୍ଟେଡ ଥିଲା। ଏହି ରାଜ୍ୟ ଗୁଡିକରେ ଗ୍ୟାଙ୍ଗ ୨୦ରୁ ଅଧିକ ବ୍ୟାଙ୍କ ଡକାୟତିରେ ସମ୍ପୃକ୍ତ ଅଛନ୍ତି। ଗ୍ୟାଙ୍ଗ ସଦସ୍ୟକୁ […]

uco-bank

Rakesh Mallick
  • Published: Sunday, 02 October 2016
  • , Updated: 02 October 2016, 07:23 PM IST

ଭୁବନେଶ୍ୱର: ବାପୁଜୀନଗର ୟୁକୋ ବ୍ୟାଙ୍କ ଡକାୟତି ଘଟଣାରେ ରାଜ୍ୟ ବାହାରର ଗ୍ୟାଙ୍ଗର ସମ୍ପୃକ୍ତ ରହିଛି। ପୋଲିସ କମିଶନର ୱାଇ.ବି. ଖୁରାନିଆ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ବାପୁଜୀନଗର ବ୍ୟାଙ୍କ ଡକାୟତିରେ ସମ୍ପୃକ୍ତ ଗ୍ୟାଙ୍ଗ ପୂର୍ବ ଭାରତର ୪ଟି ରାଜ୍ୟରେ ସେମାନଙ୍କ କାର୍ଯ୍ୟକଳାପ ଚଳାଇଥିଲେ। ବିହାର, ପଶ୍ଚିମବଙ୍ଗ, ଝତିଶଗଡ଼ ଓ ଝାଡ଼ଖଣ୍ଡରେ ଏହି ଗ୍ୟାଙ୍ଗ ମୋଷ୍ଟ ୱାଣ୍ଟେଡ ଥିଲା। ଏହି ରାଜ୍ୟ ଗୁଡିକରେ ଗ୍ୟାଙ୍ଗ ୨୦ରୁ ଅଧିକ ବ୍ୟାଙ୍କ ଡକାୟତିରେ ସମ୍ପୃକ୍ତ ଅଛନ୍ତି। ଗ୍ୟାଙ୍ଗ ସଦସ୍ୟକୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି।”

ଗତ ୨୮ ତାରିଖ ସକାଳ ପ୍ରାୟ ସାଢ଼େ ୯ଟା ବ୍ୟାଙ୍କ ଖୋଲିବା ପରେ ଗ୍ରାହକ ରୂପରେ ୪ ଜଣ ଦୁର୍ବୃତ୍ତ ଭିତରକୁ ପଶି ବନ୍ଧୁକ ମୁନରେ ୧୩ ଲକ୍ଷରୁ ଅଧିକ ଟଙ୍କା ଓ ପ୍ରାୟ ୧ କେଜି ଓଜନର ବନ୍ଧକ ସୁନା ଲୁଟି ଫେରାର ହୋଇ ଯାଇଥିଲେ।

Related story