ମ୍ୟାଲେରିଆ ପୀଡ଼ିତକୁ ଏକ୍ସପାରୀ ସାଲାଇନ୍‌: ଅସୁସ୍ଥ ସ୍ୱାସ୍ଥ୍ୟସେବା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଡୁକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ପୀଡ଼ିତକୁ ଏକ୍ସପାରୀ ସାଲାଇନ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ଏକ୍ସପାରୀ ସାଲାଇନ୍‌ ବୋଲି ଜଣାପଡ଼ିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଖୋଲିଦେଇଥିବା ଜଣାପଡ଼ିଛି। ଗତକାଲି ରାତିରେ ମ୍ୟାଲେରିଆରେ ଆକ୍ରାନ୍ତ ବାସନ୍ତି ସର୍ଦ୍ଦାର, ମାଇନ୍‌ ଟୁଡୁ ଓ ସବିତା ବିନ୍ଧାଣୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡାକ୍ତର ସେମାନଙ୍କୁ ସାଲାଇନ୍‌ ଦେଇଥିଲେ। ସାଲାଇନ୍‌ ନେବା ପରେ ରୋଗୀମାନେ ଅଣନିଶ୍ୱାସୀ ହେବା ସହିତ ଦେହ ହାତ ଫୁଲି ଯାଇଥିଲା। ସାଲାଇ ଜାନୁଆରୀରୁ ଏକ୍ସପାରୀ ହୋଇସାରିଥିଲେ […]

udala

Rakesh Mallick
  • Published: Thursday, 09 March 2017
  • , Updated: 09 March 2017, 06:28 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଡୁକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ପୀଡ଼ିତକୁ ଏକ୍ସପାରୀ ସାଲାଇନ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ଏକ୍ସପାରୀ ସାଲାଇନ୍‌ ବୋଲି ଜଣାପଡ଼ିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଖୋଲିଦେଇଥିବା ଜଣାପଡ଼ିଛି।

ଗତକାଲି ରାତିରେ ମ୍ୟାଲେରିଆରେ ଆକ୍ରାନ୍ତ ବାସନ୍ତି ସର୍ଦ୍ଦାର, ମାଇନ୍‌ ଟୁଡୁ ଓ ସବିତା ବିନ୍ଧାଣୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡାକ୍ତର ସେମାନଙ୍କୁ ସାଲାଇନ୍‌ ଦେଇଥିଲେ। ସାଲାଇନ୍‌ ନେବା ପରେ ରୋଗୀମାନେ ଅଣନିଶ୍ୱାସୀ ହେବା ସହିତ ଦେହ ହାତ ଫୁଲି ଯାଇଥିଲା।

ସାଲାଇ ଜାନୁଆରୀରୁ ଏକ୍ସପାରୀ ହୋଇସାରିଥିଲେ ମଧ୍ୟ ତାହା ଦିଆଯାଇଥିବା ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ ହେବା ପରେ ସାଲାଇନ୍‌ ଖୋଲି ଦିଆଯାଇଥିଲା।

Related story