ବାଇକ୍‌କୁ ପିଟି ବିଲରେ ପଶିଗଲା ବିଧାୟକଙ୍କ ସ୍କର୍ପିଓ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ସୁବାସ ଗଣ୍ଡଙ୍କ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ସ୍କର୍ପିଓଟି ବିଲ ଭିତରକୁ ପଶି ଯାଇଥିଲା। ଏଥିରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ବେଳେ ସ୍କର୍ପିଓରେ ବିଧାୟକ ନଥିବା ଜଣାପଡ଼ିଛି। ବିଧାୟକ ସୁବାସ ଗଣ୍ଡଙ୍କ ଡ୍ରାଇଭର ସ୍କର୍ପିଓ ନେଇ ରାଇଘରରୁ ଉମରକୋଟ ଆସୁଥିବା ବେଳେ ଲାଲପାରା ନିକଟରେ ଏହି ବାଇକ୍‌ […]

scorpio

Jitendra Garnayak
  • Published: Sunday, 06 January 2019
  • , Updated: 06 January 2019, 11:32 AM IST

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ସୁବାସ ଗଣ୍ଡଙ୍କ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ସ୍କର୍ପିଓଟି ବିଲ ଭିତରକୁ ପଶି ଯାଇଥିଲା। ଏଥିରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ତେବେ ଦୁର୍ଘଟଣା ବେଳେ ସ୍କର୍ପିଓରେ ବିଧାୟକ ନଥିବା ଜଣାପଡ଼ିଛି।

ବିଧାୟକ ସୁବାସ ଗଣ୍ଡଙ୍କ ଡ୍ରାଇଭର ସ୍କର୍ପିଓ ନେଇ ରାଇଘରରୁ ଉମରକୋଟ ଆସୁଥିବା ବେଳେ ଲାଲପାରା ନିକଟରେ ଏହି ବାଇକ୍‌ ଆରୋହୀକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ଡ୍ରାଇଭର ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।

Related story