ଝିଅ ବାହାଘର ପାଇଁ ଟଙ୍କା ଉଠାଇଥିଲେ, ଲୁଟିନେଲେ ଲୁଟେରା

ଯାଜପୁର(ଗୁଲାମ ଗସ୍‌): ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଥାନା ପାଖରୁ ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଲୁଟିନେଇଛନ୍ତି। ଆଜି ଏପରି ଘଟଣା ଯାଜପୁର ଜିଲ୍ଲାରେ ଘଟିଛି। ପୂରା ଘଟଣା ଏମିତି। ଦଶରଥପୁରର ବୃନ୍ଦାବନପୁର ଗାଁ ରବି ନାରାୟଣ ରଥ ତାଙ୍କ ଝିଅ ବାହାଘର ପାଇଁ ଆଜି ଏସ୍‌ବିଆଇ ବ୍ୟାଙ୍କରୁ ଅଢ଼େଇ ଲକ୍ଷ ଟଙ୍କା ଉଠାଇଥିଲେ। ବ୍ୟାଙ୍କରୁ ଉଠାଇଥିବା ଟଙ୍କା ଓ ପାଖରେ ଥିବା ୫୦ ହଜାର ଟଙ୍କାକୁ ବାଇକ୍‌ […]

unidentified-people-loot-a-man-carrying-three-lakh-rupees-for-daughters-wedding

Manoranjan Sial
  • Published: Thursday, 06 June 2019
  • , Updated: 06 June 2019, 05:01 PM IST

ଯାଜପୁର(ଗୁଲାମ ଗସ୍‌): ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଥାନା ପାଖରୁ ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଲୁଟିନେଇଛନ୍ତି। ଆଜି ଏପରି ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ଦଶରଥପୁରର ବୃନ୍ଦାବନପୁର ଗାଁ ରବି ନାରାୟଣ ରଥ ତାଙ୍କ ଝିଅ ବାହାଘର ପାଇଁ ଆଜି ଏସ୍‌ବିଆଇ ବ୍ୟାଙ୍କରୁ ଅଢ଼େଇ ଲକ୍ଷ ଟଙ୍କା ଉଠାଇଥିଲେ। ବ୍ୟାଙ୍କରୁ ଉଠାଇଥିବା ଟଙ୍କା ଓ ପାଖରେ ଥିବା ୫୦ ହଜାର ଟଙ୍କାକୁ ବାଇକ୍‌ ଡିକିରେ ରଖି ସେ ଘରକୁ ଫେରୁଥିଲେ। ତେବେ ସେ କିଛି ସମୟ ପାଇଁ ଥାନା ଆଗରେ ବାଇକ ପାର୍କିଙ୍ଗ କରିଥିଲେ ଓ ନିଜ ପାସ୍‌ପୋର୍ଟ କଥା ବୁଝିବାକୁ ଥାନା ଭିତରକୁ ଯାଇଥିଲେ। ଥାନାରୁ ଫେରି ଦେଖନ୍ତି ଦୁର୍ବୃତ୍ତ ବାଇକ୍‌ ଡିକି ଭାଙ୍ଗି ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ପୁଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ପାଉନାହିଁ।

Related story