Advertisment

ଓଡ଼ିଶାରେ ଖୋଲିବ ଆଉ ଏକ ମେଡିକାଲ୍‌ କଲେଜ, କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଖୋଲିବ ଆଉ ଏକ ମେଡିକାଲ କଲେଜ। ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଭିତରେ ଏକ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ କରି ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଲେ ଏହି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା। ବଲାଙ୍ଗିରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ସେ କହିଛନ୍ତି-“ଦେଶର ୭୮ଟି ମେଡିକାଲ୍‌ କଲେଜରେ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇ […]

author-image
Sampad Mahapatra
ଅଦ୍ୟତନ ହୋଇଛି
ଓଡ଼ିଶାରେ ଖୋଲିବ ଆଉ ଏକ ମେଡିକାଲ୍‌ କଲେଜ, କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

medical

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଖୋଲିବ ଆଉ ଏକ ମେଡିକାଲ କଲେଜ। ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଭିତରେ ଏକ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ କରି ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଲେ ଏହି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ।

Advertisment

ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା। ବଲାଙ୍ଗିରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି।

ସେ କହିଛନ୍ତି-“ଦେଶର ୭୮ଟି ମେଡିକାଲ୍‌ କଲେଜରେ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏହି ସବୁ ମେଡିକାଲ କଲେଜରେ ୧୨ଟି ମଡ୍ୟୁଲାର୍‌ ଅପରେଶନ୍‌ ଥିଏଟର, ୬୦ ଆଇସିୟୁ ବେଡ୍‌, ୩୦ ଆଇସିସିୟୁ ବେଡ୍‌ ସହିତ ମଡର୍ଣ୍ଣ ଇକ୍ୱ୍ୟୁପ୍‌ମେଣ୍ଟ ଉପଲବ୍ଧ ହେବ। ଏଥିରେ ଓଡ଼ିଶାରୁ କଟକ, ବ୍ରହ୍ମପୁର ଓ ବୁର୍ଲା ବଡ଼ ମେଡିକାଲ କଲେଜ ଅନ୍ତର୍ଭୁକ୍ତ। ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜକୁ ୧୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ କଟକ ମେଡିକାଲ କଲେଜକୁ ୨୬୦ କୋଟି ଟଙ୍କା ଦିଆଯିବ। ଏହାଛଡ଼ା କଟକ ଷ୍ଟେଟ୍‌ କ୍ୟାନସର ଇନ୍‌ଷ୍ଟିଚ୍ୟୁଟକୁ ୭୯.୬ କୋଟି ଟଙ୍କା ଦେଉଛୁ।”

Advertisment

ସେ ଆହୁରି କହିଛନ୍ତି-“ଅମୃତ ଦୀନନଦୟାଲ ଯୋଜନାରେ ୬୦ରୁ ୭୦ ପ୍ରତିଶତ ବ୍ରାଣ୍ଡେଡ୍‌ ମେଡିସିନ୍‌ କମ୍‌ ଦାମରେ ଯୋଗାଇ ଦିଆଯିବ। ଏହାର ସୁବିଧା ପ୍ରତ୍ୟେକ ମେଡିକାଲ୍‌ କଲେଜରେ ଉପଲବ୍ଧ କରାଯାଉ। ଯାହାର ସୁବିଧା ଓଡ଼ିଶାବାସୀ ନେଇପାରିବେ। ଏଥିପାଇଁ ମୁଁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି।”

ନଡ୍ଡା ଆହୁରି କହିଛନ୍ତି-“ଜନ ଔଷଧୀ ଯୋଜନାରେ ଆମେ ଅର୍ଥ ଦେବା ପାଇଁ ପ୍ରସ୍ତୁତ ରହିଛୁ। ଏହି ଯୋଜନାରେ ୧୦୦୦ ଟଙ୍କାର ଔଷଧକୁ ୨୦୦ ଟଙ୍କାରେ ଯୋଗାଇ ଦିଆଯାଉଛି। ଏହାର ଲାଭ ମଧ୍ୟ ଓଡ଼ିଶାବାସୀ ମଧ୍ୟ ଉଠାଇବା ଦରକାର। ସେହିପରି ରାଜ୍ୟରେ ଯେପରି ପ୍ରତ୍ୟେକ ସିଏଚ୍‌ସି ଓ ପିଏଚ୍‌ସିରେ ଫ୍ରି’ ଡ୍ରଗ୍ସ ଆଣ୍ଡ ଡାଇଗ୍ନୋଷ୍ଟିକ୍‌ ସୁବିଧା ଉପଲବ୍ଧ ହେବ, ସେଥିପ୍ରତି ଧ୍ୟାନ ଦିଆଯାଉଛି। ରାଜ୍ୟ ସରକାର ମଧ୍ୟ ଏଥିପ୍ରତି ଯତ୍ନବାନ ଦେବା ଦରକାର।”

jp-jaddaସେ କହିଛନ୍ତି-“ ଆୟୁଷ୍ମାନ ଯୋଜନାରେ ସବୁ ପିଏଚ୍‌ସି ଓ ସିଏଚ୍‌ସିକୁ ୱେଲ୍‌ନେସ୍‌ ସେଣ୍ଟରରେ ପରିଣତ କରାଯିବ। ଯାହାଫଳରେ ଏଠାରେ ସର୍ଭିକାଲ କ୍ୟାନସର, ବ୍ରେଷ୍ଟ୍‌ କ୍ୟାନସର, ଓରାଲ୍‌ କ୍ୟାନସର, ହାଇପରଟେନ୍‌ସନ୍‌, ଡାଏବିଟିସ୍‌,ଟ୍ଯୁବରକୁଲୋସିସ,ଲେପ୍ରୋସି,ଡେଣ୍ଟାଲ୍‌ କେୟାର,ମେଣ୍ଟାଲ୍‌ କେୟାର ପରି ଭୟଙ୍କର ଓ ସାଧାରଣ ରୋଗର ସ୍କ୍ରିନିଂ କରାଯାଇପାରିବ। ଯାହାଫଳରେ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ। ଏ ଦିଗରେ କେନ୍ଦ୍ର ସରକାର କାମ କରୁଛନ୍ତି।”

ସେ କହିଛନ୍ତି-“ଆୟୂଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ସ୍କିମ୍‌କୁ ଓଡ଼ିଶା ସରକାର ଲାଗୁ କରନ୍ତୁ। ଏହା ମୋର ଆନ୍ତରିକ ନିବେଦନ। ଏନେଇ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ନିବେଦନ କରିଛି। କାରଣ ଏହି ଯୋଜନା ହେଉଛି କ୍ୟାସ୍‌ଲେସ୍‌ ଓ ପେପର ଲେସ୍‌। ଏହି ଯୋଜନାରେ ଓଡ଼ିଶାର ଲୋକେ ଦିଲ୍ଲୀ ଏମ୍‌ସ, ଟାଟା ମେମୋରିଆଲ୍‌ ବା ଅନ୍ୟ କୌଣସି ମେଡିକାଲରେ ଚିକିତ୍ସିତ ହୋଇପାରିବେ। ଛୋଟ ବିଚାରକୁ ନେଇ ଏହି ଯୋଜନାରୁ ଓଡ଼ିଶାର ଲୋକଙ୍କୁ ବଞ୍ଚିତ କରିବା ଠିକ୍‌ ନୁହେଁ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ଏହି ଯୋଜନାର ଲାଭ ଓଡ଼ିଶାର ଲୋକେ ଉଠାନ୍ତୁ, ଏଥିପାଇଁ ମୁଁ ଆଉଥରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି।”