ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଅସତ୍ୟ: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ପ୍ରତିଷ୍ଠା ଦିବସରେ ଉଜ୍ଜ୍ଵଳା ଯୋଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ବୟାନ ଦେଇଥିଲେ ତାହା ସମ୍ପୂର୍ଣ୍ଣ ଅସତ୍ୟ ଓ ତଥ୍ୟ ଆଧାରିତ ନୁହେଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।ଏହାସହ ଖୋର୍ଦ୍ଧା ଠାରେ ଏଲପିଜି ବଟଲିଂ ପ୍ଲାଂଟ ପାଇଁ ତୁରନ୍ତ ଜମି ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖି ସମାଲୋଚନା କରିବା ସହ କହିଛନ୍ତି ଯେ ରାଜ୍ୟ ସରକାରର ଜ୍ୱଳନ୍ତ […]

Undeclared-emergency-in-force-in-odisha-says-union-minister-dharmendra-pradhan

Undeclared-emergency-in-force-in-odisha-says-union-minister-dharmendra-pradhan

Manoranjan Sial
  • Published: Friday, 28 December 2018
  • Updated: 28 December 2018, 07:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ପ୍ରତିଷ୍ଠା ଦିବସରେ ଉଜ୍ଜ୍ଵଳା ଯୋଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ବୟାନ ଦେଇଥିଲେ ତାହା ସମ୍ପୂର୍ଣ୍ଣ ଅସତ୍ୟ ଓ ତଥ୍ୟ ଆଧାରିତ ନୁହେଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।ଏହାସହ ଖୋର୍ଦ୍ଧା ଠାରେ ଏଲପିଜି ବଟଲିଂ ପ୍ଲାଂଟ ପାଇଁ ତୁରନ୍ତ ଜମି ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖି ସମାଲୋଚନା କରିବା ସହ କହିଛନ୍ତି ଯେ ରାଜ୍ୟ ସରକାରର ଜ୍ୱଳନ୍ତ ଜନସମସ୍ୟାକୁ ସମାଧାନ କରିବାର ବିଫଳତାକୁ ଘୋଡ଼ାଇ ଲୋକଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ ଗ୍ୟାସ ରିଫିଲ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ସମାଲୋଚନାର ସେ କଡ଼ା ଜବାବ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ହିତାଧିକାରୀମାନେ ମୋଟ ୧.୨ କୋଟି ରିଫିଲ୍ ନେଇଛନ୍ତି। ଯାହା ହିତାଧିକାରୀ ପିଛା ୩.୭ ହାରରେ ଗ୍ୟାସ ସିଲିଣ୍ଡରର ବ୍ୟବହାର ହୋଇଛି। ଏହା ରାଷ୍ଟ୍ରୀୟ ସ୍ତରରେ ଉଜ୍ଜଳା ଯୋଜନାର ବ୍ୟବହାର ହାର ସହ ସମାନ ରହିଛି।

ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ୪.୨ ଲକ୍ଷ ଉଜ୍ଜ୍ଵଳା ପରିବାର ୪ ବା ତଦୁର୍ଦ୍ଧ୍ଵ ରିଫିଲ୍ ନେଇଛନ୍ତି ।ଏହା ରାଜ୍ୟରେ ଜାଳେଣି ବ୍ୟବହାର ନେଇ ବଦଳୁଥିବା ବ୍ୟବହାରର ପ୍ରମାଣ ବୋଲି କହିବା ସହ ଓଡିଶାର ଜନସାଧାରଣ ଉଜ୍ଜ୍ଵଳା ଯୋଜନାରେ ସ୍ୱାସ୍ଥ୍ୟ, ପର୍ଯ୍ୟାବରଣ ତଥା ସମୟ ବଞ୍ଚିବା ଦ୍ୱାରା ମହିଳାମାନେ ଅନ୍ୟକାମ କରି ରୋଜଗାର ଦ୍ୱାରା ସଶକ୍ତ ହେବା ସମ୍ଭବ ହୋଇଛି। ୨୦୧୪ ମେ ମାସ ସୁଦ୍ଧା ଓଡିଶାରେ ୧୯ ଲକ୍ଷ ଏଲପିଜି ସଂଯୋଗ ମୋଟ ପରିବାରର ୨୨ ପ୍ରତିଶତ ଘରେ ପହଞ୍ଚିଥିଲା। ମାତ୍ର ଆଜିର ଦିନରେ ଏହି ସଂଖ୍ୟା ୬୯ ପ୍ରତିଶତରେ ପହଞ୍ଚିଲାଣି।

ଏହାବ୍ୟତୀତ ଉଜ୍ଜ୍ଵଳା ଯୋଜନାରେ ଏଲପିଜି ଯୋଗାଇ ଦେବାପାଇଁ ନିୟମ କୋହଳ ହେବା କାରଣରୁ ରାଜ୍ୟର ୯୦ ପ୍ରତିଶତ ଘରେ ଖୁବଶୀଘ୍ର ଏଲପିଜି ଯୋଗାଣ ଲକ୍ଷ୍ୟ ପୂରଣ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ,ଏଲପିଜିର ବଜାର ଦର ବଢ଼ିବାରୁ ସୁରକ୍ଷା ଦେବାପାଇଁ ଏବେ କେନ୍ଦ୍ର ସରକାର ରାଜ୍ୟରେ ସିଲିଣ୍ଡର ପିଛା ୩୨୬ ଟଙ୍କା ୨୨ ପଇସା ସବସିଡି ଯୋଗାଉଛନ୍ତି। ଏଲପିଜି ରିହାତିକୁ ମିଡିଲମ୍ୟାନ୍ ମୁକ୍ତ କରି ସିଧା ବ୍ୟାଙ୍କ ଖାତାରେ ଜମା କରି ଦିଆଯାଉଛି। ଏହାସହ ରାଜ୍ୟର କମନ୍ ସର୍ଭିସ ସେଣ୍ଟରଗୁଡ଼ିକରେ ୫ କିଲୋ ଓଜନର ଏଲପିଜି ସିଲିଣ୍ଡର ଯୋଗାଇ ଦେବାର ବ୍ୟବସ୍ଥା ଲୋକଙ୍କ କ୍ରୟ ଶକ୍ତିକୁ ଧ୍ୟାନରେ ରଖି ବ୍ୟବସ୍ଥା କରାଯାଇଛି। ଏହି ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଶଙ୍କାକୁ ଦୂର କରିବା ସହ ରାଜ୍ୟରେ ଗ୍ୟାସ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos