ପାର୍ବଣ ଋତୁରେ ଲିଟର ପିଛା ୨୦ଟଙ୍କା ବଢ଼ିଲା ଖାଇବା ତେଲ, କଟାକ୍ଷ କଲା ବିଜେଡି, କହିଲା ୟେ ଡବଲଇଞ୍ଜିନର କମାଲ୍‌

ସୂଚନା ଅନୁସାରେ, ଗତ ଦୁଇଦିନ ଧରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଭାଗରେ ଖାଇବା ତେଲ ଦର ଅଚାନକ ବୃଦ୍ଧି ପାଇଛି ।

Edible Oil

ଖାଇବା ତେଲ

Ordigital Desk
  • Published: Monday, 16 September 2024
  • Updated: 16 September 2024, 10:31 PM IST

Sports

Latest News

ପନିପରିବାଠୁ ଆରମ୍ଭ କରି ଅଧିକାଂଶ ରୋଷେଇ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ହନ୍ତସନ୍ତ ହେଉଛନ୍ତି ସାଧାରଣ ଖାଉଟି । ଗତ ଦୁଇଦିନ ଧରି ଖାଉଟିଙ୍କ ପାଇଁ ବୋଝ ଉପରେ ଲଳିତବିଡ଼ା ସଦୃଶ ହୋଇଛି ଖାଇବା ତେଲ ଦର । ପାର୍ବଣ ଋତୁରେ ଅଚାନକ ଖାଇବା ତେଲ ଲିଟର ପିଛା ୨୦ଟଙ୍କା ବୃଦ୍ଧି ପାଇବାର ସିଧାସଳଖ ପ୍ରଭାବ ହାଣ୍ଡିଶାଳ ଉପରେ ପଡ଼ିଛି । ତେବେ ଏହି ଖାଇବା ତେଲ ଦରବୃଦ୍ଧିକୁ କଡ଼ା ସମାଲୋଚନା କରିଛି ରାଜ୍ୟ ବିଜେଡି । ୟେ ଡବଲଇଞ୍ଜିନ ସରକାରର କମାଲ କହି କଟାକ୍ଷ କରିବା ସହ ଦରଦାମ ନିୟନ୍ତ୍ରଣରେ ରାଜ୍ୟର ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି କହିଛି ।

ସୂଚନା ଅନୁସାରେ, ଗତ ଦୁଇଦିନ ଧରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଭାଗରେ ଖାଇବା ତେଲ ଦର ଅଚାନକ ବୃଦ୍ଧି ପାଇଛି ।  ପାର୍ବଣ ଋତୁରେ ରିଫାଇନଡ୍ ପାମୋଲିନ୍ , ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲ ଦର  ଲିଟର ପିଛା ପ୍ରାୟ ୧୫ରୁ ୨୦ଟଙ୍କା ବୃଦ୍ଧି ପାଇବା ପରେ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସେହିପରି ସୋରିଷ ତେଲ ଦର ଏବେ ଲିଟର ପିଛା ୧୬୦ଟଙ୍କା ବିକ୍ରି ହେଉଛି । ବିଭିନ୍ନ ପ୍ରକାରର ସୂର୍ଯ୍ୟମୁଖୀ ତେଲ ଦର ପୂର୍ବରୁ ଲିଟର ପିଛା ୧୦୦ରୁ ୧୧୦ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ତାହା ୧୨୦ରୁ ୧୩୦ଟଙ୍କାରେ ବିକ୍ରି ହେଉଛି । କେନ୍ଦ୍ର ସରକାର ଅଶୋଧିତ ତେଲ ଓ ରିଫାଇନଡ୍ ତେଲ ଉପରେ ଆମଦାନୀ ଟିକସକୁ ବୃଦ୍ଧି ପାଇଁ ଚଳିତମାସ ୧୪ତାରିଖରୁ ନିର୍ଦ୍ଦେଶନାମା ଜାରି କରିବା ପରେ ଏହି ଦର ବୃଦ୍ଧି ହୋଇଛି । ଅଶୋଧିତ ତେଲ ଉପରେ ଆମଦାନୀ ଟିକସକୁ ୫.୫%ରୁ ୨୭.୫%କୁ ବୃଦ୍ଧି ପାଇଥିବାବେଳେ ରିଫାଇନଡ୍ ତେଲ ଉପରେ ଆମଦାନୀ ଟିକସ ୧୩.୭୫%ରୁ ୩୫.୭୫%କୁ ବୃଦ୍ଧି ପାଇଛି ।

ଏଭଳି ଅଚାନକ ଖାଇବା ତେଲ ଦରବୃଦ୍ଧି ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ମୁଖପାତ୍ର, ପୂର୍ବତନ କୃଷିମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଡଃ ଅରୁଣ କୁମାର ସାହୁ କଟାକ୍ଷ କରି କହିଛନ୍ତି ଯେ, ୟେ ହେଉଛି ଡବଲ ଇଞ୍ଜିନ ସରକାରଙ୍କ କମାଲ । କେନ୍ଦ୍ରର ବିଜେପି ସରକାର ଯେଉଁ ପ୍ରଚୁର ଋଣ କରିଛନ୍ତି ତାକୁ ପରିଶୋଧ କରିବା ପାଇଁ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ଏଭଳି ମାଡ଼ କରିଛନ୍ତି । ଏମିତି ଦୈନନ୍ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଟିକସ ବଢ଼ାଇ ନିଜର ଋଣବୋଝ ଭରଣା କରିବାକୁ ବୋଧହୁଏ କେନ୍ଦ୍ର ସରକାର ଚାହୁଁଛନ୍ତି । ଏବେ ସମଗ୍ର ଦେଶରେ ବର୍ଷକୁ ୨୨ମିଲିୟନ ଟନ୍ ଖାଇବା ତେଲର ଆବଶ୍ୟକତା ରହିଛି । ସେଥିରୁ ୧୫ ମିଲିୟନ ଟନ୍ ଖାଇବା ତେଲ ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ, ୟୁକ୍ରେନ, ବ୍ରାଜିଲ ଓ ଋଷରୁ ଆମଦାନୀ ହେଉଛି । ସେସବୁ ଦେଶରେ ଯେବେ ପ୍ରାକୃତିକ ବିପର୍ଯ୍ୟୟ ପଡ଼େ ଅବା ଅନ୍ୟକୌଣସି କାରଣରୁ ଆମଦାନୀ ପ୍ରଭାବିତ ହୁଏ ଆମ ଏଠାରେ ତେଲ ଦର ମହଙ୍ଗା ହୋଇଯାଏ । ଦେଶକୁ ଓ ରାଜ୍ୟକୁ କିଭଳି ଖାଇବା ତେଲରେ ଆତ୍ମନିର୍ଭରଶୀଳ କରିବାକୁ ହେବ ସେଦିଗରେ ସରକାର ପଦକ୍ଷେପ ନେଉନାହାନ୍ତି ।

Also Read

ଏହି ପ୍ରସଙ୍ଗକୁ ସେ  ବିଧାନସଭାର ବଜେଟ୍ ଅଧିବେଶନରେ ମଧ୍ୟ ଉଠାଇଥିଲେ । ଗତ ୩ଦିନ ତଳେ କେନ୍ଦ୍ର ସରକାର ଖାଇବା ତେଲ ଉପରେ ଆମଦାନୀ ଟିକସ ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି । ମାତ୍ର ତା’ର ପ୍ରଭାବ ଅଚାନକ ରାଜ୍ୟରେ ସାଧାରଣ ଖାଉଟିଙ୍କ ଉପରେ ପଡ଼ିବା ଖୋଲାଖୋଲି ଭାବେ ରାଜ୍ୟ ସରକାରଙ୍କ ବିଫଳତାର ପ୍ରମାଣ ଦେଉଛି । ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ରାଜ୍ୟର ବିଜେପି ସରକାର ବିଫଳ ଥିବା ଏଥିରୁ ସ୍ପଷ୍ଟ ହେଉଛି । ଆମଦାନୀ ଟିକସ ଗତ ୩ଦିନ ତଳେ ବଢ଼ିଲା, ଆଉ ଗତକାଲିଠୁ ଖୁଚୁରା ବ୍ୟବସାୟୀମାନେ ଯେଉଁ ଖାଇବା ତେଲ ବିକ୍ରି କରୁଛନ୍ତି ତାହା ତ ବହୁ ପୂର୍ବରୁ ଆସିଛି । ସେହି ଖାଇବା ତେଲ ଦର ଅଚାନକ ବୃଦ୍ଧି ପାଇବାର କୌଣସି ଯଥାର୍ଥତା ନାହିଁ । ଡବଲଇଞ୍ଜିନ ସରକାର କ’ଣ ଏକଥା ଜାଣିପାରୁନାହାନ୍ତି ।

ପୂର୍ବରୁ ପଦକ୍ଷେପ ନେଇଥିଲେ ଖୁଚୁରା ବ୍ୟବସାୟୀମାନେ ଏଭଳି ଚଢ଼ାଦରରେ ଖାଇବା ତେଲ ବିକ୍ରି ଉପରେ ନିୟନ୍ତ୍ରଣ କରାଯାଇପାରିଥାନ୍ତା ବୋଲି ଡଃ ସାହୁ କହିଛନ୍ତି । ପୂର୍ବରୁ ଆଳୁ ଓ ପିଆଜ ଦରଦାମ କିଭଳି ନିୟନ୍ତ୍ରଣ କରିବାରେ ଏ ସରକାର ବିଫଳ ହୋଇଥିଲେ ତାହା ଗତ କିଛିଦିନ ତଳେ ଓଡ଼ିଶାବାସୀ ଦେଖିଛନ୍ତି । ସ୍ପଷ୍ଟ ଭାବେ କହିବାକୁ ଗଲେ, ରାଜ୍ୟର ବିଜେପି ସରକାର ଅତ୍ୟାବଶ୍ୟକ ଦୈନନ୍ଦିନ ଖାଦ୍ୟସାମଗ୍ରୀର ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି ବୋଲି ବିଜେଡି କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story