‘ନିର୍ବାଚନ ଲଢିବା ପାଇଁ ବିରୋଧୀମାନଙ୍କ ପାଖେ କୌଣସି ପ୍ରସଙ୍ଗ ନାହିଁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ଲଢିବା ପାଇଁ ବିରୋଧୀମାନଙ୍କ ପାଖେ କୌଣସି ପ୍ରସଙ୍ଗ ନାହିଁ। ସେଥିପାଇଁ ସେମାନେ ମିଛ ଅପପ୍ରଚାରରେ ଲାଗିଛନ୍ତି। ଲୋକମାନଙ୍କ ମନରେ ଭୟ ପୂରାଇ ନିର୍ବାଚନ ଜିତିବାର ଚେଷ୍ଟା କରୁଛନ୍ତି। ଯାହା କେବେ ସଫଳ ହେବ ନାହିଁ। ଜାତି ଓ ଧର୍ମର କଥା ଏବେ ବିରୋଧୀ ଦଳମାନଙ୍କ ପାଇଁ ନିର୍ବାଚନ ଏଜେଣ୍ଡା ହୋଇଛିା ମାତ୍ର ବିକାଶର ଏଜେଣ୍ଡାରେ ବିଜେପି ଆଗାମୀ ନିର୍ବାଚନ ଲଢ଼ିବାକୁ ଯାଉଛି। ଗତ ୫ ବର୍ଷରେ ୯୦ ହଜାର ଗାଁକୁ ପ୍ରଧାନମନ୍ତ୍ରୀ […]

bjp

bjp

Manoranjan Sial
  • Published: Wednesday, 06 February 2019
  • Updated: 06 February 2019, 10:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ଲଢିବା ପାଇଁ ବିରୋଧୀମାନଙ୍କ ପାଖେ କୌଣସି ପ୍ରସଙ୍ଗ ନାହିଁ। ସେଥିପାଇଁ ସେମାନେ ମିଛ ଅପପ୍ରଚାରରେ ଲାଗିଛନ୍ତି। ଲୋକମାନଙ୍କ ମନରେ ଭୟ ପୂରାଇ ନିର୍ବାଚନ ଜିତିବାର ଚେଷ୍ଟା କରୁଛନ୍ତି। ଯାହା କେବେ ସଫଳ ହେବ ନାହିଁ। ଜାତି ଓ ଧର୍ମର କଥା ଏବେ ବିରୋଧୀ ଦଳମାନଙ୍କ ପାଇଁ ନିର୍ବାଚନ ଏଜେଣ୍ଡା ହୋଇଛିା ମାତ୍ର ବିକାଶର ଏଜେଣ୍ଡାରେ ବିଜେପି ଆଗାମୀ ନିର୍ବାଚନ ଲଢ଼ିବାକୁ ଯାଉଛି। ଗତ ୫ ବର୍ଷରେ ୯୦ ହଜାର ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ଯୋଡ଼ା ଯାଇପାରିଛି।

ଆଜି ଭୁବନେଶ୍ୱରରେ ‘ଭାରତ କେ ମନ୍‌ କି ବାତ, ମୋଦି କା ସାଥ’ ରଥ ଶୁଭାରମ୍ଭ ଅବସରରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତୀନ ଗଡ଼କରୀ ଏହା କହିଛନ୍ତି।

ଏହି ରଥ ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ମଣ୍ଡଳୀକୁ ଯିବ ଏବଂ ଲୋକଙ୍କ ମତାମତ ସଂଗ୍ରହ କରିବ। ଲୋକମାନେ ସେମାନଙ୍କ ମତାମତ ଗାଡ଼ି ପାଖକୁ ଆସି ଭଡ଼ିଓ ମାଧ୍ୟମରେ ଦେଇପାରିବେ। ଅନ୍‌ଲାଇନ୍‌ ୱେବସାଇଟ୍‌  www.bharatkemannkibaat.com ଓ ଟୋଲ୍‌ -ଫ୍ରି ମୋବାଇଲ ନମ୍ବର ୬୩୫୭୧୭୧୭୧୭ରେ ମିସଡ୍‌ କଲ୍‌ ଦେଇ ଲୋକମାନେ ସେମାନଙ୍କର ମତାମତ ଦେଇପାରିବେ।

ଏହି ଅବସରରେ ଗଡ଼କରୀ କହିଛନ୍ତି-“ଗତ ୫ ବର୍ଷରେ ଦେଶରେ ୧୦୦ଟି ବିମାନ ବନ୍ଦର ନିର୍ମାଣ ହୋଇଛି। ଯାହା ଦେଶରେ କୋଣ ଅନୁକୋଣର ଲୋକଙ୍କୁ ବିମାନ ସୁବିଧା ପହଞ୍ଚାଇବାରେ ସକ୍ଷମ ହୋଇଛିା କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିଲା ପରେ ସମସ୍ତଙ୍କୁ ପକ୍କା ଘର ଯୋଗାଇବାର ଭରଷା ଦେଇଥିଲେ। ଯାହା ଆଜି ସଫଳ ହେବାକୁ ଯାଉଛିା କେବଳ ସାଢ଼େ ୪ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶରେ ୧.୫ କୋଟି ଗରିବ ଲୋକଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି।”

ଏହି ଅବସରରେ ରାଜ୍ୟ ସଂକଳ୍ପ ପତ୍ରର ଅଧ୍ୟକ୍ଷ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି ସିଂହଦେଓ, ଉପସଭାପତି ସମୀର ମହାନ୍ତି, ସଂକଳ୍ପ ପତ୍ର ସମିତିର ଆବାହକ ସୁଦର୍ଶନ ନାୟକଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos