ସଂସଦ ଥରାଇଲେ ଷଡ଼ଙ୍ଗୀ: ସରକାରଙ୍କ ସଫଳତା ବଖାଣି ବିରୋଧୀଙ୍କୁ ଧୂଲେଇ

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସଂସଦରେ କମାଲ୍ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ନନା । ଉଚ୍ଚାଙ୍ଗ ଶବ୍ଦାବଳୀ, ବୌଦ୍ଧିକ ଜ୍ଞାନ ସମ୍ଭାର ଓ ତଥ୍ୟଭିତ୍ତିକ ଉପସ୍ଥାପନା ଜରିଆରେ ପୁରା ଲୋକସଭାକୁ ସ୍ତବ୍ଧ କରିଦେଇଥିଲେ ପ୍ରତାପ। ଓଡ଼ିଶାର ମୋଦି ଭାବେ ଖ୍ୟାତିଲାଭ କରିଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ୍ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିବାକୁ ପ୍ରତାପଙ୍କୁ ଦାୟିତ୍ୱ ଦିଆଯାଇଥିଲା । ମୋଦି ସରକାରର ସଫଳତା ବାଖ୍ୟା କରିବା ସହ ସେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ଉପରେ […]

prt-1

prt-1

Tapas Behera
  • Published: Monday, 24 June 2019
  • Updated: 24 June 2019, 09:05 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସଂସଦରେ କମାଲ୍ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ନନା । ଉଚ୍ଚାଙ୍ଗ ଶବ୍ଦାବଳୀ, ବୌଦ୍ଧିକ ଜ୍ଞାନ ସମ୍ଭାର ଓ ତଥ୍ୟଭିତ୍ତିକ ଉପସ୍ଥାପନା ଜରିଆରେ ପୁରା ଲୋକସଭାକୁ ସ୍ତବ୍ଧ କରିଦେଇଥିଲେ ପ୍ରତାପ। ଓଡ଼ିଶାର ମୋଦି ଭାବେ ଖ୍ୟାତିଲାଭ କରିଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ୍ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିବାକୁ ପ୍ରତାପଙ୍କୁ ଦାୟିତ୍ୱ ଦିଆଯାଇଥିଲା । ମୋଦି ସରକାରର ସଫଳତା ବାଖ୍ୟା କରିବା ସହ ସେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ଉପରେ ମର୍ମଭେଦି ଆକ୍ରମଣ ବି କରିଥିଲେ।

ପ୍ରତାପ ନିଜ ବାକ୍ ପଟ୍ଟୁତା, ସାଂସ୍କୃତିକ  ଓ ବୌଦ୍ଧିକ ଜ୍ଞାନ ସମ୍ଭାର ଉପସ୍ଥାପନ କରିବା ସହ ରାଜନୀତିରେ ନିଜ ନିଗୁଢତାର ପ୍ରମାଣ ବି ଦେଇଥିଲେ । ହିନ୍ଦୀ, ଇଂରାଜୀ, ବଙ୍ଗଳା, ଓଡ଼ିଆ ଓ ସଂସ୍କୃତରେ ଗୃହକୁ ସମ୍ବୋଧିତ କରିବା ସହ ଗୀତା, ଭାଗବତ, ବେଦ ଓ ଉପନିଷଦର ଉପାଖ୍ୟାନ ଜରିଆରେ ଭାରତୀୟ ସଂସ୍କୃତିର ମହନୀୟତା ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀ ଖାସ୍ କରି ଯୁବବର୍ଗଙ୍କ ମନରେ ନୂଆ ଆଶାର ସଂଚାର କରିଥିବା କହିଥିଲେ ପ୍ରତାପ। ମୋଦିଙ୍କ ଜନହିତକର କାର୍ଯ୍ୟକ୍ରମ ସମାଜର ତଳସ୍ତରରେ ପହଞ୍ଚିଥିବାରୁ ଦେଶବାସୀ ତାଙ୍କୁ ପୁଣି ଥରେ ତାଙ୍କୁ କ୍ଷମତାସୀନ କରିଛନ୍ତି। ସବ୍‌କା ସାଥ୍ ସବ୍‌କା ବିକାଶ ନାରା ସହ ସବ୍‌କା ବିଶ୍ୱାସ ନାରା ଯୋଡି ହୋଇଯିବା ଦ୍ୱାରା ଦେଶର ଗଣତନ୍ତ୍ର ଇତିହାସରେ ପ୍ରଥମ ଥର ଲାଗି ସରକାର ସପକ୍ଷରେ ହାଓ୍ୱା ସୃଷ୍ଟି ହୋଇଥିଲା ବୋଲି ସେ ମତ ରଖିଥିଲେ । ଅନ୍ୟପକ୍ଷରେ ରାମ ବନବାସ ଓ ମାତା କୈକେୟୀ ଉପାଖ୍ୟାନ ଦେଇ ବିଜେପିର ସଫଳତା ପଛରେ ପରୋକ୍ଷରେ କଂଗ୍ରେସର ଭୂମିକା ରହିଥିବା କଟାକ୍ଷ କରିଥିଲେ।

ଆତଙ୍କବାଦରୁ ଆରମ୍ଭ କରି ଆନ୍ତର୍ଜାତିକ ସଂପର୍କ ଆଭ୍ୟନ୍ତରୀଣ ସୁରକ୍ଷାରୁ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ।  ଗଲା ୫ ବର୍ଷରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦେଶରେ ଚାଲିଥିବା ତର୍କ ଓ ବିତର୍କ ଉପରେ ମତ ରଖିଥିଲେ ପ୍ରତାପ। ଦେଶର ସୁରକ୍ଷା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ବିଭାଜନକାରୀ ଶକ୍ତିଙ୍କୁ ସମର୍ଥନ ଦେଉଥିବା ଲୋକଙ୍କୁ ସହ୍ୟ କରାଯାଇପାରିବ ନାହିଁ ବୋଲି ସେ ଦୃଢ ଭାବେ କହିଥିଲେ। ସର୍ଜିକାଲ ଷ୍ଟ୍ରାଇକ ଓ ପୁଲଓ୍ୱାମା ଆକ୍ରମଣ ପରବର୍ତ୍ତୀ ଏୟାର ଷ୍ଟ୍ରାଇକର ଉଦାହରଣ ଦେଇ ଶତ୍ରୁଙ୍କ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ସାହସ ଓ ଇଚ୍ଛାଶକ୍ତିର  ପ୍ରଶଂସା କରିବା ସହ ସେନାର ପରାକ୍ରମ ଉପରେ ସନ୍ଦେହ କରୁଥିବା ଲୋକଙ୍କୁ କଡ଼ା ଭର୍ସନା କରିଥିଲେ ପ୍ରତାପ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ମହାଗଠବନ୍ଧନ, ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଶାଣିତ ଆକ୍ରମଣ ବି କରିଥିଲେ। ପ୍ରତାପ ଷଡ଼ଙ୍ଗୀଙ୍କ ଓଜସ୍ୱିନୀ ବକ୍ତବ୍ୟକୁ ଆଜି ଅନେକ ସମୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହରେ ଉପସ୍ଥିତ ଅନେକ ସଦସ୍ୟ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଦୀର୍ଘ ବର୍ଷ ପରେ ଦେଶର ପାର୍ଲାମେଣ୍ଟରେ ଓଡ଼ିଶାର ଶାଣିତ ସ୍ୱର ଗୁଞ୍ଜରିତ ହୋଇଛି ଯାହାକୁ ସବୁ ଓଡ଼ିଆକୁ ଗୌରବାନ୍ୱିତ କରିଛି।
https://youtu.be/nuQwR_rAAbQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos