ଇସ୍ପାତ କାରଖାନା ଗୁଡ଼ିକ ୧.୪୩ ଲକ୍ଷ ମେଟ୍ରିକ ଟନ୍‌ ଅକ୍ସିଜେନ୍‌ ଯୋଗାଇଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇସ୍ପାତ କାରଖାନା ଗୁଡ଼ିକରୁ ବର୍ତ୍ତମାନ ସୁଦ୍ଧା ୧.୪୩ ଲକ୍ଷ ମେଟ୍ରିକ ଟନ୍‌ ଲିକ୍ୟୁଇଡ୍‌ ମେଡ଼ିକାଲ୍‌ ଅକ୍ସିଜେନ୍‌ ଯୋଗାଇଛନ୍ତି। ସେଥିମଧ୍ୟରୁ ରାଷ୍ଟ୍ରାୟତ ଇସ୍ପାତ ଉଦ୍ୟୋଗ ଗୁଡ଼ିକ ୩୯ ହଜାର ମେଟ୍ରିକ ଟନରୁ ଅଧିକ ଅକ୍ସିଜେନ ଯୋଗାଣ କରିଛନ୍ତି। ସେଥିପାଇଁ ଟ୍ୱିଟ କରି ଇସ୍ପାତ କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 2. Steel plants from across the country are supplying medical oxygen. More than 1.43 lac MT […]

Oxygen

Oxygen

Manoranjan Sial
  • Published: Friday, 23 April 2021
  • Updated: 23 April 2021, 07:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇସ୍ପାତ କାରଖାନା ଗୁଡ଼ିକରୁ ବର୍ତ୍ତମାନ ସୁଦ୍ଧା ୧.୪୩ ଲକ୍ଷ ମେଟ୍ରିକ ଟନ୍‌ ଲିକ୍ୟୁଇଡ୍‌ ମେଡ଼ିକାଲ୍‌ ଅକ୍ସିଜେନ୍‌ ଯୋଗାଇଛନ୍ତି। ସେଥିମଧ୍ୟରୁ ରାଷ୍ଟ୍ରାୟତ ଇସ୍ପାତ ଉଦ୍ୟୋଗ ଗୁଡ଼ିକ ୩୯ ହଜାର ମେଟ୍ରିକ ଟନରୁ ଅଧିକ ଅକ୍ସିଜେନ ଯୋଗାଣ କରିଛନ୍ତି। ସେଥିପାଇଁ ଟ୍ୱିଟ କରି ଇସ୍ପାତ କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

https://twitter.com/dpradhanbjp/status/1385544514111111168?s=20

ଟ୍ୱିଟ‌ କରି ଶ୍ରୀ ପ୍ରଧାନ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୋଭିଡ୍‌-୧୯ ମହାମାରୀର ଲଢ଼େଇ କରିବା ପାଇଁ ଦେଶ ଏକାଠୀ ହୋଇଛି। ଇସ୍ପାତ କ୍ଷେତ୍ର ମଧ୍ୟ ଏହି କୋଭିଡ-୧୯ ଯୁଦ୍ଧରେ ଦେଶବାସୀଙ୍କ ସାଥୀରେ ରହିଛି। ସାରା ଭାରତବର୍ଷର ଇସ୍ପାତ କାରଖାନା ଗୁଡ଼ିକ ମେଡ଼ିକାଲ ଅକ୍ସିଜେନ ଯୋଗାଉଛନ୍ତି। ଓଡ଼ିଶାର ରାଉରକେଲା ଇସ୍ପାତ କାରଖାନା ଓ ଟାଟା ଷ୍ଟିଲର କଳିଙ୍ଗ ନଗର କାରଖାନାରୁ ଦିଲ୍ଲୀକୁ ମେଡ଼ିକାଲ ଅକ୍ସିଜେନ ଯୋଗା ଯାଉଛି।”

https://twitter.com/dpradhanbjp/status/1385545335469068291?s=20

ସେ ଆହୁରି ଲେଖିଛନ୍ତି-“ଗୁରୁବାର ଭାଇଜାଗର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍‌(ଆରଆଇଏନଏଲ)ରୁ ଏକ ଅକ୍ସିଜେନ ଟ୍ରେନ ମହାରାଷ୍ଟ୍ରକୁ ଯାଇଛି। ଆଜି ଅର୍ଥାତ ଶୁକ୍ରବାର ମଧ୍ୟ ବୋକାରୋ ଇସ୍ପାତ କାରଖାନାରୁ ଅନ୍ୟ ଏକ ଅକ୍ସିଜେନ ଟ୍ରେନ୍‌ ଉତ୍ତରପ୍ରଦେଶ ଯାଇଛି। ବର୍ତ୍ତମାନର କଠିନ ସମୟରେ ଇସ୍ପାତ କମ୍ପାନୀମାନେ ଏକାଠି ହେବା ସହ ଦେଶର ଆହ୍ୱାନ କ୍ରମେ ମେଡିକାଲ୍‌ ଅକ୍ସିଜେନ ଉତ୍ପାଦନ ପାଇଁ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି।”

https://twitter.com/dpradhanbjp/status/1385544886196211713?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos