ଇସ୍ପାତ କ୍ଷେତ୍ରରେ ଓଡ଼ିଶାର ବିକାଶକୁ ପ୍ରାଥମିକତା ଦିଆଯିବ: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି କିପରି କାମ କରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ସବିଶେଷ ଆଲୋଚନା ହୋଇଛି ଏବଂ ଇସ୍ପାତ କ୍ଷେତ୍ରରେ ଓଡିଶାର ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଓଡ଼ିିଶା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର […]

union-steel-minister-dharmendra-pradhan-meets-with-odisha-cm-naveen-patnaik-in-delhi-amid-bon-homie

Manoranjan Sial
  • Published: Friday, 14 June 2019
  • , Updated: 14 June 2019, 09:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି କିପରି କାମ କରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ସବିଶେଷ ଆଲୋଚନା ହୋଇଛି ଏବଂ ଇସ୍ପାତ କ୍ଷେତ୍ରରେ ଓଡିଶାର ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ନୂଆଦିଲ୍ଲୀସ୍ଥିତ ଓଡ଼ିିଶା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଏହି ସାକ୍ଷାତକାର ରାଜନୀତିକ ନୁହେଁ ବରଂ ସୌଜନ୍ୟମୂଳକ ଥିଲା। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଥିବା ଦାୟିତ୍ୱ ଉପରେ ଆଲୋଚନା ହୋଇଥିଲା। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଜୀବନରେ କିପରି ପରିବର୍ତ୍ତନ ଆଣିହେବ ଓ ଯୁବକମାନେ କିପରି ରୋଜଗାର ପାଇବେ, ତା ଉପରେ ଗୁରୁତ୍ୱ ଦିଆଯିବ।

ଗତ ନିର୍ବାଚନରେ ଓଡ଼ିଶାର ଲୋକମାନେ ରାଜ୍ୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଓ କେନ୍ଦ୍ରରେ ଦିଲ୍ଲୀ ସରକାର ପାଇଁ ନରେନ୍ଦ୍ର ମୋଦିଙ୍କୁ ଭରସା କରିଛନ୍ତି। ଓଡ଼ିଶା ଗୋଟିଏ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ। ଇସ୍ପାତ ପଲିସିିରେ ବାର୍ଷିକ ୩୦୦ ମିଲିୟନ ମେଟ୍ରିକ୍ ଟନ୍ ଷ୍ଟିଲ୍ ଉତ୍ପାଦନର ଲକ୍ଷ୍ୟ ରଖାଯାଇଥିବାବେଳେ ସେଥିମଧ୍ୟରୁ କେବଳ ଓଡ଼ିଶାରୁ ୧୦୦ ମିଲିୟନ ମେଟ୍ରିକ ଟନ୍ ଷ୍ଟିଲ ଉତ୍ପାଦନର ଲକ୍ଷ୍ୟ ପଲିସିରେ ଉଲ୍ଲେଖ ଅଛି। ଏ ସମ୍ପର୍କରେ ଅନୁଧ୍ୟାନ କରାଯାଉଥିବା ବେଳେ ଆଗାମୀ ଦିନରେ ବିଶେଷତଃ ଓଡ଼ିିଶା ପାଇଁ କ’ଣ କରାଯାଇପାରିବ, ସେ ନେଇ ଉଦ୍ୟମ କରାଯିବ। ଇସ୍ପାତ ବିଭାଗ ସହିତ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ କେନ୍ଦ୍ରରେ ଇସ୍ପାତ ବିଭାଗ ଦାୟିତ୍ୱରେ ଥିଲେ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ର ସରକାରରେ ଇସ୍ପାତ ଓ ଖଣି ମନ୍ତ୍ରୀ ଥିଲେ।

ଆଜିର ସାକ୍ଷାତ ଆଲୋଚନାରେ ସାମୁଦ୍ରିକ ବାତ୍ୟା ‘ଫୋନି’ ଜନିତ କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ ସରକାରଙ୍କ ଆକାଂକ୍ଷାକୁ ଭାରତ ସରକାର କିପରି ପୂରଣ କରିବେ, ତା ଉପରେ ଆଲୋଚନା କରାଯାଇଥିଲା। ସେହିପରି ଓଡ଼ିଆ ଲୋକଙ୍କ ସେବା କରିବା କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଜସ୍ୱ ଦାୟିତ୍ୱ ଅଛି। ସେହି ଦାୟିତ୍ୱଗୁଡ଼ିକୁ କିପରି ଅଧିକ ସମନ୍ୱୟ ଆଧାରରେ ପୂରଣ କରାଯାଇପାରିବ, ସେ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ(ସେଲ୍)ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।

Related story