ଏକକାଳୀନ ଛୋଟେଇଲେ ୨୫ ଛାତ୍ରୀ, ଆଶ୍ରମ ସ୍କୁଲରେ ଅଜଣା ରୋଗ

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ଆଶ୍ରମ ସ୍କୁଲରେ ଅଜଣା ରୋଗ। ଏକକାଳୀନ ସ୍କୁଲ ଆସିଥିବା ୨୫ ଛାତ୍ରୀ ଛୋଟେଇଲେ। ଠିକ୍ ଭାବେ ଚାଲିପାରିଲେ ନାହିଁ। ଆଜି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ସ୍ଥିତ ଅସନପାଟ ଆଶ୍ରମ ସ୍କୁଲରେ ଏହି ଘଟଣା ଘଟିଛି। ଯାହାକୁ ନେଇ ଛାତ୍ରୀଙ୍କ ଭିତରେ ଭୟର ସଞ୍ଚାର ହୋଇଛି। ଘଟଣା ଜଣାପଡ଼ିବା ପରେ ସିଡିଏମଓଙ୍କ ନିର୍ଦ୍ଦେଶରେ ଦୁଇଟି ଡାକ୍ତରୀ ଟିମ୍ ସ୍କୁଲରେ ପହଞ୍ଚି ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ପରେ ଅଜଣା ରୋଗରେ ଆକ୍ରାନ୍ତ ଅନେକ ଛାତ୍ରୀଙ୍କୁ […]

school

  • Published: Tuesday, 02 August 2022
  • , Updated: 02 August 2022, 08:12 PM IST

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ଆଶ୍ରମ ସ୍କୁଲରେ ଅଜଣା ରୋଗ। ଏକକାଳୀନ ସ୍କୁଲ ଆସିଥିବା ୨୫ ଛାତ୍ରୀ ଛୋଟେଇଲେ। ଠିକ୍ ଭାବେ ଚାଲିପାରିଲେ ନାହିଁ। ଆଜି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ସ୍ଥିତ ଅସନପାଟ ଆଶ୍ରମ ସ୍କୁଲରେ ଏହି ଘଟଣା ଘଟିଛି।

ଯାହାକୁ ନେଇ ଛାତ୍ରୀଙ୍କ ଭିତରେ ଭୟର ସଞ୍ଚାର ହୋଇଛି। ଘଟଣା ଜଣାପଡ଼ିବା ପରେ ସିଡିଏମଓଙ୍କ ନିର୍ଦ୍ଦେଶରେ ଦୁଇଟି ଡାକ୍ତରୀ ଟିମ୍ ସ୍କୁଲରେ ପହଞ୍ଚି ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ପରେ ଅଜଣା ରୋଗରେ ଆକ୍ରାନ୍ତ ଅନେକ ଛାତ୍ରୀଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।

ଡାକ୍ତରୀ ଟିମ୍ ପିଲାଙ୍କ ରକ୍ତ, ଝାଡ଼ା ଓ ପରିସ୍ରା ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି। ଏହା ଏକ ଭାଇରାଲ ରୋଗ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ବୋଲି ସିଡ଼ିଏମ୍ଓ ଡ. ସୁଜାତା ରାଣୀ ମିଶ୍ର କହିଛନ୍ତି। ସେପଟେ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍କୁଲ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି।

Related story