କାହା ପ୍ରତି ଆକର୍ଷିତ ଲୁଲୁଙ୍କ ଝିଅ ଉପାସନା ? ବିଜେଡି ନା ନବୀନ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ବହୁତ କଟୁ କଥା କହୁଛନ୍ତି। ତାଙ୍କ ମୁହଁରୁ କିଛି ମିଠା କଥା ବାହାରୁନି। ତେଣୁ ତାଙ୍କୁ କିଏ ଜଣେ ଗୋଟେ ମିଠାଡବା ଦେଲେ, ସେ କଥା କହିବା ଆଗରୁ ସେଥିରୁ ଗୋଟେ ଲେଖାଁ ଖାଇ ପ୍ରତିକ୍ରିୟା ଦିଅନ୍ତେ। ଯାହା ଫଳରେ କିଛି ଭଲ କଥା ତାଙ୍କ ପାଟିରୁ ବାହାରନ୍ତା।’

ଏ କଥା ଆମେ କହୁନୁ। ଏମିତି ଭାଷାରେ ମନ୍ତ୍ରୀ ଦମୋଦର ରାଉତଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସର ଭୂତପୂର୍ବ ନେତା ଲୁଲୁ ମହାପାତ୍ରଙ୍କ ସୁକନ୍ୟା ତଥା ଏବେ ବିଜେପିରେ ମିଶିଥିବା ସୁଶ୍ରୀ ଉପାସନା ମହାପାତ୍ର। ଓଡ଼ିଶାର ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ 'ଓଟିଭି'ର ଟକ୍ ସୋ 'ଖୋଲାକଥା'ରେ ଅତିଥି ହେବା ଅବସରରେ ଉପାସନା ଦାମଙ୍କୁ କଡା ସମାଲୋଚନା କରିଛନ୍ତି।

ସେହିପରି ଉପାସନା ରାଜ୍ୟ ରାଜନୀତିର ଆଉକିଛି ପ୍ରସଙ୍ଗରେ ମଧ୍ୟ ତାଙ୍କ ଖୋଲା ମତ ରଖିଛନ୍ତି। କଂଗ୍ରେସ ତାଙ୍କ ବାପା ଲୁଲୁ ମହାପାତ୍ରଙ୍କୁ ପରିଚୟ ଦେଇଥିଲା। ଏହା ସତ୍ୱେ ସେ କାହିଁକି କଂଗ୍ରେସ ଛାଡ଼ିଲେ? କଂଗ୍ରେସ ତାଙ୍କ ହାତ ଛାଡ଼ିଲା ନା ସେ କଂଗ୍ରେସର ହାତ ଛାଡ଼ିଲେ ବୋଲି ପ୍ରଶ୍ନର ଉତ୍ତରରେ ଉପାସନା କହିଛନ୍ତି- କଂଗ୍ରେସ ଆମ ହାତ ଛାଡ଼ିଲା, ତେଣୁ ଆମେ ତା ହାତ ଛାଡ଼ିବାକୁ ବାଧ୍ୟ ହେଲୁ।

https://www.youtube.com/watch?v=YEtRBYwcJ6w

ସେହିପରି ଆଉଏକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ ଉପାସନା କହିଛନ୍ତି। ବିଜେଡି ତାଙ୍କୁ କେମିତି ଲାଗେ, କାହିଁକି ଶାସନରେ ଥିବା ଏ ଦଳକୁ ନଯାଇ, ବିଜେପିକୁ ଗଲେ ବୋଲି ପ୍ରଶ୍ନରେ ସେ କହିଛନ୍ତି- ମତେ ବିଜେଡି ଭଲ ଲାଗେନି, ନବୀନ ପଟ୍ଟନାୟକ କିନ୍ତୁ ଭଲ ଲାଗନ୍ତି।

https://www.youtube.com/watch?v=xv5tQZAdfGE

Ordigital Desk
• Published: Thursday, 09 November 2017
• Updated: 09 November 2017, 04:35 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos