ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଓ କ୍ୟାମ୍ପରୁ ଜବତ ହେଲା ଆମେରିକା ନିର୍ମିତ ରାଇଫଲ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜଙ୍ଗଲରେ ମାଓବାଦୀଙ୍କ ଏନକାଉଣ୍ଟର ପରେ ଉଦ୍ଧାର ହୋଇଛି ଏହି ଅତ୍ୟାଧୁନିକ ବନ୍ଧୁକ। କିଛିଦିନ ତଳେ ପୋମେରା ଜଙ୍ଗଲରେ ୪ ମାଓବାଦୀ ପୁଲିସର ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ। ସେମାନଙ୍କ ନିକଟରୁ ଏହି ଆମେରିକାନ ଅଟୋମେଟିକ କାରବାଇନ କେଳିବର 30M1 ରାଇଫୋଲ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୁଲିସ। ଏନେଇ ବିଜାପୁର ଏସ୍ପି ଅଞ୍ଜନେୟ ବାର୍ଣିୟ ଆଜି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ମୃତ ନକ୍ସଲଙ୍କ ନିକଟରୁ ୪ଟି ବନ୍ଧୁକ ଜବତ ହୋଇଥିଲା। ଯାହା ଭିତରୁ ଗୋଟିଏ ଆମେରିକା ନିର୍ମିତ ରାଇଫଲ ଥିଲା। ଏହି ରାଇଫଲ ଦ୍ଵିତୀୟ ବିଶ୍ଵଯୁଦ୍ଧ, ଭିଏତନାମା ଯୁଦ୍ଧ ଏବଂ କୋରିୟାନ ୱାର ବେଳେ US ସୈନ୍ୟମାନେ ବ୍ୟବହାର କରୁଥିଲେ। ଯାହାର ଲକ୍ଷ୍ୟ ଭେଦ କ୍ଷମତା ୩୦୦ ମିଟର ପର୍ଯ୍ୟନ୍ତ ରହିଛି। ଏହି ବନ୍ଧୁକରୁ ୧୫ ରୁ ୨୦ ରାଉଣ୍ଡ ଗୁଳି ଫାୟାର କରିବା କ୍ଷମତା ରହିଛି। ତେବେ ମାଓ ସଙ୍ଗଠନ ପାଖରେ ଏହି ବନ୍ଧୁକ କେମିତି ପହଞ୍ଚିଲା ତାହାର ତଦନ୍ତ ଚାଲିଛି।
ଏହି ଘଟଣା ଜଣାପଡ଼ିବା ପରେ ମାଓବାଦୀଙ୍କ ସହ ବିଦେଶୀ ଲିଙ୍କ ନେଇ ଅଲୋଚନା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।