ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଘେରିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ର ଆନ୍ଦୋଳନ ଦେଖାଦେଇଛି। ୧୦ ଦଫା ଦାବିରେ କୁଳପତିଙ୍କୁ ଘେରିବା ସହ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ଯେ,  ବର୍ତ୍ତମାନର ମୁଖ୍ୟ ଫାଟକକୁ ପ୍ରସ୍ଥାନ ଫାଟକ କରାଯିବା ସହ ରାଜା ହୋଟେଲ ପାଖରେ ନୂଆ ପ୍ରବେଶ ଫାଟକ କରାଯାଉ। ବର୍ତ୍ତମାନର ମୁଖ୍ୟ ଫାଟକ ସାମନାରେ ଜାତୀୟ ରାଜପଥର ଓଭର ବ୍ରିଜ ହୋଇଥିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ, ପ୍ରାଧ୍ୟାପକ ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀ ରଙ୍ଗ ରୁଟ୍‌ରେ ଆସୁଛନ୍ତି। ଫଳରେ […]

bbsr

bbsr

Jyoshna Pradhan
  • Published: Monday, 16 September 2019
  • Updated: 16 September 2019, 01:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ର ଆନ୍ଦୋଳନ ଦେଖାଦେଇଛି। ୧୦ ଦଫା ଦାବିରେ କୁଳପତିଙ୍କୁ ଘେରିବା ସହ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି।

ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ଯେ,  ବର୍ତ୍ତମାନର ମୁଖ୍ୟ ଫାଟକକୁ ପ୍ରସ୍ଥାନ ଫାଟକ କରାଯିବା ସହ ରାଜା ହୋଟେଲ ପାଖରେ ନୂଆ ପ୍ରବେଶ ଫାଟକ କରାଯାଉ। ବର୍ତ୍ତମାନର ମୁଖ୍ୟ ଫାଟକ ସାମନାରେ ଜାତୀୟ ରାଜପଥର ଓଭର ବ୍ରିଜ ହୋଇଥିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ, ପ୍ରାଧ୍ୟାପକ ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀ ରଙ୍ଗ ରୁଟ୍‌ରେ ଆସୁଛନ୍ତି। ଫଳରେ ବାରମ୍ବାର ଦୁର୍ଘଟଣାର ଶିକାର ହେବାକୁ ପଡୁଛି।

ଏଥିସହ ସବୁ ବିଭାଗର ପରୀକ୍ଷା ଗୋଟିଏ ସମୟରେ କରିବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ଛାତ୍ରାବାସ ଓ ଛାତ୍ରୀନିବାସରେ ଅବ୍ୟବସ୍ଥାକୁ ନେଇ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛନ୍ତି।

ଏନେଇ ଜଣେ ଛାତ୍ରୀ କହିଛନ୍ତି, ‘ଆମ ହଷ୍ଟେଲରେ ବହୁ ଅସୁବିଧା ରହିଛି। କିଛି ହଷ୍ଟେଲକୁ ପାଣି ଆସୁ ନାହିଁ। ବାତ୍ୟା ଫୋନି ପରେ ଛାତ୍ରଛାତ୍ରୀଙ୍କ ଫି’ ବଢ଼ାଇ ଦିଆଗଲା। ହେଲେ କୌଣସି କାର୍ଯ୍ୟ କରାଯାଇ ନାହିଁ। ହଷ୍ଟେଲ ଛାତରୁ ସିମେଣ୍ଟ ଅତଡ଼ା ଖସୁଛି। ଏନେଇ ଆମେ ବାରମ୍ୱାର ଦାବି କରିଥିଲେ ମଧ୍ୟ ଆମ କଥା ଶୁଣାଯାଉ ନାହିଁ। ଓଲଟା ଆମକୁ ଲାଠି ଚାର୍ଜ କରାଯାଉଛି। ଆମ ସମସ୍ୟା ସମାଧାନ ନହେଲା ପର୍ଯ୍ୟନ୍ତ ଆମେ ଏଇଠି ଯିବୁନାହିଁ।”

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos