ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>କଟକ(ଓଡ଼ିଶା ରିପୋର୍ଟର): ଆଜି ଉତ୍କଳ ଗୌରବ ମଧୁସୂଦନ ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀ ଉପରେ ହୋଇଥିବା ଏହି ସେତୁ କଟକ ସହିତ ଚୌଦ୍ୱାର ନୂଆପାଟଣାକୁ ସଂଯୋଗ କରିବ। ଏହି ସେତୁ ଦ୍ୱାରା କଟକରୁ ଢେଙ୍କାନାଳର ଦୂରତା ପାଖାପାଖି ୧୬ କିଲୋମିଟର କମିଯିବ। ଏଥିସହ ଧବଳେଶ୍ୱର, କଖଡି, ଆଠଗଡ଼ ଏବଂ ଚୌଦ୍ୱାରର ବିଭିନ୍ନ ଅଞ୍ଚଳକୁ ମଧ୍ୟ ଦୂରତା କମିଯିବ। ଫଳରେ ଜନସାଧାରଣ ଓ ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ।</p> <p>ସେତୁର ଲମ୍ବା ଅଢେଇ କିଲୋମିଟର ହୋଇଥିବା ବେଳେ ଚଉଡା ୧୩ ମିଟର ରହିଛି। ଓଡ଼ିଶା ସରକାର ଓ ନାବାର୍ଡ ସହଯୋଗରେ ଏହି ସେତୁ ନିର୍ମାଣ କରାଯାଇଛି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।