୨୦ ଯାତ୍ରୀଙ୍କୁ ନେଇ ଯାଉଥିଲା ଭ୍ୟାନ୍‌, ଓଲଟି ପଡ଼ିଲା

ମୋହନା(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ଆର.ଉଦୟଗିରି ଗୁଆର ଗାଁ ନିକଟ ଏକ ଘାଟିରେ ଆଜି ଏକ ଭ୍ୟାନ୍‌ ଓଲଟି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ୮ ଜଣଙ୍କ ମଧ୍ୟରୁ ୨ ଜଣ ଶିଶୁ ଥିବା ସୂଚନା ମିଳିଛି। ସମସ୍ତ ଗୁରୁତରଙ୍କୁ  ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକ ହେଲେ ନୂଆଗଡ଼ ବ୍ଲକ ରେବିଡ଼ି ଗାଁର ତିରିସମଣି ରଉତ ।  […]

van accident

van accident

Niharika Rout
  • Published: Tuesday, 19 October 2021
  • Updated: 19 October 2021, 02:11 PM IST

Sports

Latest News

ମୋହନା(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ଆର.ଉଦୟଗିରି ଗୁଆର ଗାଁ ନିକଟ ଏକ ଘାଟିରେ ଆଜି ଏକ ଭ୍ୟାନ୍‌ ଓଲଟି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ୮ ଜଣଙ୍କ ମଧ୍ୟରୁ ୨ ଜଣ ଶିଶୁ ଥିବା ସୂଚନା ମିଳିଛି। ସମସ୍ତ ଗୁରୁତରଙ୍କୁ  ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

[caption id="attachment_685112" align="aligncenter" width="650"]medical ଗୁରୁତରମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।[/caption]

ମୃତକ ହେଲେ ନୂଆଗଡ଼ ବ୍ଲକ ରେବିଡ଼ି ଗାଁର ତିରିସମଣି ରଉତ ।   ୨୦ ଯାତ୍ରୀଙ୍କୁ ନେଇ ରେବିଡ଼ିରୁ ନୂଆଗଡ଼ ଅଭିମୁଖେ ଆଜି ଭ୍ୟାନ୍‌ଟି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଭ୍ୟାନ୍‌ଟି ଘାଟିରେ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସି ପଡ଼ିଥିଲା।  ସ୍ଥାନୀୟ ଲୋକଙ୍କ ସମେତ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା। ଏହାପରେ ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଆର. ଉଦୟଗିରି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos