ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ଘରୁ ଡାକି ଆଣି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ନବରଙ୍ଗପୁର ସଦର ମହକୁମା ସାହିଲ ହୋଟେଲ ନିକଟରେ। ଦୁର୍ବୃତ୍ତମାନଙ୍କ ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗଦବାଗୁଡା ଅଞ୍ଚଳର ଶେଖ ନିଜାମ। ତାଙ୍କ ହାତ, ପେଟ, ପିଠି ଓ ଆଣ୍ଠୁରେ ଆଘାତ ଲାଗିଥିଲା। ଗତକାଲି ନିଜାମ ଘରେ ଥିବାବେଳେ ଦୁର୍ବୃତ୍ତମାନେ ଫୋନ କରି ତାଙ୍କୁ ଡାକିଥିଲେ। ପରେ କୌଣସି କଥାକୁ ନେଇ […]

deadbody

  • Published: Monday, 01 August 2022
  • , Updated: 01 August 2022, 08:47 AM IST

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ଘରୁ ଡାକି ଆଣି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ନବରଙ୍ଗପୁର ସଦର ମହକୁମା ସାହିଲ ହୋଟେଲ ନିକଟରେ। ଦୁର୍ବୃତ୍ତମାନଙ୍କ ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗଦବାଗୁଡା ଅଞ୍ଚଳର ଶେଖ ନିଜାମ। ତାଙ୍କ ହାତ, ପେଟ, ପିଠି ଓ ଆଣ୍ଠୁରେ ଆଘାତ ଲାଗିଥିଲା।

ଗତକାଲି ନିଜାମ ଘରେ ଥିବାବେଳେ ଦୁର୍ବୃତ୍ତମାନେ ଫୋନ କରି ତାଙ୍କୁ ଡାକିଥିଲେ। ପରେ କୌଣସି କଥାକୁ ନେଇ ନିଜାମ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଦୁର୍ବୃତ୍ତମାନେ ନିଜାମଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଚମ୍ପଟ ମାରିଥିଲେ। ପୁଲିସ ଖବର ପାଇ ତାଙ୍କୁ  ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ନିଜାମଙ୍କର ମୃତ୍ୟୁ ଘଟିଥିଲା।

ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।  ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଆଜି ସକାଳେ ପରିବାର ଲୋକେ କଳାହାଣ୍ଡି-କୋରାପୁଟ ରାସ୍ତା ମାଝୀଗୁଡ଼ାରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି। କଳାହାଣ୍ଡି ଓ କୋରାପୁଟ ଜିଲ୍ଲାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

 

 

Related story