ଆରପାରିକୁ ଉଡ଼ିଗଲେ ଯାତ୍ରା ଶାଗୁଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୁମ୍ପି ଦେଲୁ, ଭଲ କଲୁ…  ନାଁଟା ତାହା ହେଲେ ମିନା… ଭଲ ନାଚିଲ… ସତେ ଯେମିତି ଜଣେ ଆଞ୍ଜେଲ୍। ୯୦ ଦଶକର ଏହି ଡାଏଲଗ୍‌ ବେଶ୍‌ ଚର୍ଚ୍ଚାରେ ରହିଥିଲା। ‘ଶାଗୁଣା ବସିଛି ଡେଣା ମେଲାଇ’  ନାଟକର ଏହି ସଂଳାପ ଯାତ୍ରାପ୍ରେମୀ ଏବେ ମଧ୍ୟ ଗୁଣୁ ଗୁଣୁ ହେଉଛନ୍ତି। ହେଲେ ଆଜି ସେ ଡାଏଲଗ୍‌ର କିମ୍ବଦନ୍ତୀ ଅଭିନେତା  ଭିକୁ ସେଠ୍‌ ଓରଫ ମହେନ୍ଦ୍ର ଦାସ ଆଉ ନାହାନ୍ତି। ମଞ୍ଚରେ ଆଉ ତାଙ୍କୁ ଦେଖିବାକୁ ମିଳିବ ନାହିଁ। ମାତ୍ର ୫୫ ବର୍ଷରେ […]

viku

Manoranjan Sial
  • Published: Saturday, 12 September 2020
  • , Updated: 12 September 2020, 05:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)ଖୁମ୍ପି ଦେଲୁଭଲ କଲୁ...  ନାଁଟା ତାହା ହେଲେ ମିନା... ଭଲ ନାଚିଲ... ସତେ ଯେମିତି ଜଣେ ଆଞ୍ଜେଲ୍। ୯୦ ଦଶକର ଏହି ଡାଏଲଗ୍‌ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଶାଗୁଣା ବସିଛି ଡେଣା ମେଲାଇ’  ନାଟକର ଏହି ସଂଳାପ ଯାତ୍ରାପ୍ରେମୀ ଏବେ ମଧ୍ୟ ଗୁଣୁ ଗୁଣୁ ହେଉଛନ୍ତି। ହେଲେ ଆଜି ସେ ଡାଏଲଗ୍‌ର କିମ୍ବଦନ୍ତୀ ଅଭିନେତା  ଭିକୁ ସେଠ୍‌ ଓରଫ ମହେନ୍ଦ୍ର ଦାସ ଆଉ ନାହାନ୍ତି। ମଞ୍ଚରେ ଆଉ ତାଙ୍କୁ ଦେଖିବାକୁ ମିଳିବ ନାହିଁ। ମାତ୍ର ୫୫ ବର୍ଷରେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି। ଆଜି ସେ କଟକର ଚୌଦ୍ୱାରରୁ ଫେରୁଥିବା ବେଳେ ନିଜ ଗାଡ଼ିରେ ଆଖି ବୁଜିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି।

ପୁରୀ ଜିଲ୍ଲା ଚନ୍ଦନପୁରରେ ମହେନ୍ଦ୍ର ଦାସଙ୍କ ଜନ୍ମ। ପିଲା ବେଳୁ ଅଭିନୟ ପ୍ରତି ତାଙ୍କର ଥିଲା ଦୁର୍ବଳତା। ସେଥିପାଇଁ ଗାଁ ଡ୍ରାମାରେ ଅଭିନୟ କରୁଥିଲେ। ୧୯୮୪-୮୫ ମସିହାରେ ଯାତ୍ରା ଆଡେ ମୁହାଁଇଲେ। ତାଙ୍କର ପ୍ରଥମ ନାଟକ ‘ଆକାଶ କଇଆଁ ଚିଲିକା ମାଛ। ତେବେ ୧୯୯୧ ମସିହାରେ ଜନତା ଗଣନାଟ୍ୟର ନାଟକ ଶାଗୁଣା ବସିଛି ଡେଣା ମଲାଇ’ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ସଚ୍ଚି ଦାସଙ୍କ ନିର୍ଦ୍ଦେଶିତ ଏହି ନାଟକ ତାଙ୍କୁ ଯାତ୍ରା ଇଣ୍ଡଷ୍ଟ୍ରୀରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଶାଗୁଣା ବସିଛି ନାଟକର ସଫଳତାକୁ ନେଇ ଅନ୍ୟ ଯାତ୍ରା ଅନୁଷ୍ଠାନ ଶାଗୁଣା ଯାଉଛି ଶ୍ୱଶୁର ଘରଶାଗୁଣା କରିବ ବାସର ରାତିମୁଁ କାଳ ଛଞ୍ଚାଣପୁଣି ଶାଗୁଣା ଫେରିବ ଆଦି ନାଟକ ତିଆରି କରିଥିଲେ। ଏଥରେ ମହେନ୍ଦ୍ର ଦାସ ଖଳନାୟକ ଭୁମିକାରେ ଅଭିନୟ କରିଥିଲେ। ଏହି ନାଟକ ଗୁଡ଼ିକ ସଫଳ ବି ହୋଇଥିଲା। ହେଲେ ଶାଗୁଣା ବସିଛି ଡେଣା ମେଲାଇ’ ପରି ସଫଳତା ପାଇନଥିଲା। ତାଙ୍କର ଅନ୍ୟ ସଫଳ ନାଟକ ଗୁଡ଼ିକ ହେଲା- ଅନ୍ଧଦେଶେ ଗଲି ଦର୍ପଣ ବିକିକନ୍ୟା ଦାନ ମହା ପୂଣ୍ୟକାଳିଆ ଆଖିରେ ଲୁହଭକ୍ତ ସାଲବେଗ ପ୍ରମୁଖ।

https://twitter.com/Naveen_Odisha/status/1304727730223681536?s=20

ଚଳିତବର୍ଷ ସେ ପାର୍ବତୀ ଗଣନାଟ୍ୟରେ ଅଭିନୟ କରିବା ପାଇଁ ଅନୁବନ୍ଧିତ ହୋଇଥିଲେ। ମାତ୍ର ମହାମାରୀ କରୋନା ପାଇଁ ରିହରସଲ୍ ଆରମ୍ଭ ହୋଇପାରିନଥିଲା। ରଙ୍ଗ ମଞ୍ଚରେ ଅଭିନୟ କରି ଲୋକଙ୍କୁ ମନୋରଞ୍ଜନ ବାଣ୍ଟୁଥିବା ଯାତ୍ରା ଜଗତର ଚର୍ଚ୍ଚିତ ଶାଗୁଣା ଭିକୁ ସେଠ୍‌ ଓରଫ ମହେନ୍ଦ୍ର ଦାସଙ୍କ ବିୟୋଗରେ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

https://twitter.com/dpradhanbjp/status/1304703327385522177?s=20

Related story