‘ଗୁରୁଙ୍କ ସ୍ଥାନ ଗୁଗୁଲ୍ କେବେ ନେଇପାରିବ ନାହିଁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାକ୍ତରୀ ବିଦ୍ୟା ହେଉଛି ମହାନ ପେସା। ଏହି ପେସା ମିଶନ ହେଉ, କମିଶନ ନ ହେଉ। ଭୁବନେଶ୍ୱର ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ। ସେ କହିଛନ୍ତି- “ଭାରତର ଆତ୍ମା ଗାଁରେ ରହିଛି। ତେଣୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ମିଳିବା ଦରକାର। ଡାକ୍ତରମାନଙ୍କୁ ଗ୍ରାମାଞ୍ଚଳରେ ସେବା କରିବାକୁ ପଡ଼ିବ।” ଉପରାଷ୍ଟ୍ରପତି ଆହୁରି କହିଛନ୍ତି- “ମାଆ ମାଟି ଓ ମାତୃଭାଷାକୁ କେବେ ଭୁଲନ୍ତୁ ନାହିଁ। ଆମ […]

president

president

Tapaswini Nayak
  • Published: Saturday, 25 August 2018
  • Updated: 25 August 2018, 01:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାକ୍ତରୀ ବିଦ୍ୟା ହେଉଛି ମହାନ ପେସା। ଏହି ପେସା ମିଶନ ହେଉ, କମିଶନ ନ ହେଉ। ଭୁବନେଶ୍ୱର ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ।

ସେ କହିଛନ୍ତି- “ଭାରତର ଆତ୍ମା ଗାଁରେ ରହିଛି। ତେଣୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ମିଳିବା ଦରକାର। ଡାକ୍ତରମାନଙ୍କୁ ଗ୍ରାମାଞ୍ଚଳରେ ସେବା କରିବାକୁ ପଡ଼ିବ।”

ଉପରାଷ୍ଟ୍ରପତି ଆହୁରି କହିଛନ୍ତି- “ମାଆ ମାଟି ଓ ମାତୃଭାଷାକୁ କେବେ ଭୁଲନ୍ତୁ ନାହିଁ। ଆମ ଜୀବନରେ ଗୁରୁଙ୍କ ଅତୁଳନୀୟ ଅବଦାନ ରହିଛି। ଗୁରୁଙ୍କ ସ୍ଥାନ ଗୁଗୁଲ୍ ନେଇ ପାରିବ ନାହିଁ।”

ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଓ ଡିଗ୍ରୀ ପ୍ରଦାନ କରିଛନ୍ତି।

ଏହି ଅବସରରେ ଏମ୍‌ସ ପରିସରରେ ନାଇଟ୍ ସେଲ୍ଟର୍, ବର୍ଣ୍ଣ ୟୁନିଟ୍‌ ଓ ଧର୍ମଶାଳାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉପରାଷ୍ଟ୍ରପତି ଏମ୍‌ସରେ କାର୍ଯ୍ୟକ୍ରମ ପରେ ସେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos