ଅନୁଗୋଳ (ଓଡ଼ିଶା ରିପୋର୍ଟର): ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ବିଧାୟକ। ସର୍ବ ସମ୍ମୁଖରେ ଚାଲିଲା ଅନ୍ଧ ବିଶ୍ୱାସର ଖୋଲା ନାଟକ। ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଆମ୍ବସରମୁଣ୍ଡା ଗାଁରୁ ଏମିତି ଚିତ୍ର ଆସିଛି। ଯେଉଁଠି ସ୍ଥାନୀୟଲୋକଙ୍କ ଦ୍ୱାରା ସାମ୍ବଦଶମୀ ପୂଜାରେ ଆଠମଲ୍ଲିକର ବିଜେଡି ବିଧାୟକ ରମେଶ ସାଏଙ୍କ ଏଭଳି ଅଜବ୍ ଆଚରଣ ଦେଖିବାକୁ ମିଳିଥିଲା ।
ଗାଁର ଗୋଣ୍ଡ ସମାଜ ପକ୍ଷରୁ ଆଜି କଳସ ଯାତ୍ରା କରାଯାଇଥିଲା । ଆଉ ଠିକ୍ ଏହି ସମୟରେ ବିଧାୟକ ରାସ୍ତା ଉପରେ ଛିଡ଼ା ହୋଇ ଥରିବାକୁ ଲାଗିଥିଲେ। କଳସ ଯାତ୍ରା ସାରି ପୂଜା ମଣ୍ଡପ କୁ ଆସୁଥିବା ବେଳେ ହଠାତ ବିଧାୟକ ଥରି ଉଠିବା ସହ ଦୋହଲିବା ଦେଖିବାକୁ ମିଳିଥିଲା ।
ବିଧାୟକ ହାତରେ ଖଣ୍ଡା ଧରି ନୃତ୍ୟୁ କରୁଥିବା ସହ ତାଙ୍କୁ ଲୋକେ ପୂଜା କରୁଥିବା ଦେଖିବାକୁ ମିଳିଛି । ଏମିତି ଲାଗୁଥିଲା ସତେ ଯେପରି ତାଙ୍କୁ କାଳିସୀ ଲାଗିଛି। ଘଟଣା ପରେ ଲୋକେ ତାଙ୍କୁ ପୂଜା କରିବାକୁ ଲାଗିଥିଲେ।
https://youtu.be/7nzZXxZiSfc
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମୋ ମନ ଶାନ୍ତ ହୋଇନି, ସମୟକୁ ଅପେକ୍ଷା କରିଛି: ପ୍ରଦୀପ
ବିଜେଡି ଶାସନକାଳରେ ହୋଇଥିବା ମାମଲା ମଧ୍ୟରୁ ଗତକାଲି ୨ଟି ଓ ଆଜି ୩ଟି ମାମଲାରେ ଜେଏମଏଫସି କୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହେବାପରେ ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଓ ଷଡ଼ଯନ୍ତ୍ରକାରୀଙ୍କ ଉପରେ ବର୍ଷିଛନ୍ତି ।
Miscellaneous
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି
ବିଶାଖାପାଟଣାରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଂଚିବା ପରେ ତାଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ ।
Politics
‘ଓଡ଼ିଶାକୁ ଲୁଟ୍ ପାଇଁ ପାଣ୍ଡିଆନ୍ଙ୍କୁ ଠିକା ଦେଇଥିଲେ ନବୀନ’
ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଆହୁରି କହିଛନ୍ତି, ବିଜେଡି ସରକାରରେ CMOକୁ କରପସନ, କମିଶନ ଓ କଲେକ୍ସନର ହବ୍ କରାଯାଇଥିଲା। ନାଁ ନନେଇ ଜଣେ ବରିଷ୍ଠ IPSଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ।
Miscellaneous
୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଅଯୋଧ୍ୟାକୁ ଗଡ଼ିବ ବସ୍
OSRTC ପକ୍ଷରୁ ହାଇ-ଏଣ୍ଡ ପ୍ରିମିୟମ୍ ବସ୍ ସେବା ଆରମ୍ଭ ହେବ। ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଏହି ବସ୍ ଗୁଡ଼ିକ ଯିବ।
Events & Festivals
ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ ଆରମ୍ଭ
ଓଡ଼ିଆରେ ପ୍ରବସୀଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଥିଲେ, ପ୍ରବାସୀମାନେ ହେଉଛନ୍ତି ବିକଶିତ ଓଡ଼ିଶାର ବ୍ରାଣ୍ଡ ଆମ୍ବାସଡର। ଆମର ବିଶ୍ୱାସ ଯେ ଏହି ଅନୁଭୂତିକୁ ବିଶ୍ୱ ଦରବାରରେ ଆପଣ ମାନେ ପହଞ୍ଚାଇବେ।